Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ସରକାରଙ୍କ ଫୋକସରେ ପର୍ଯ୍ୟଟନ ଶିଳ୍ପ

Smruti Parija
Browse all articles by Smruti Parija
·1 year ago·2 min read
ରାଜ୍ୟ ସରକାରଙ୍କ ଫୋକସରେ ପର୍ଯ୍ୟଟନ ଶିଳ୍ପ

Key Points

  • ରାଜ୍ୟ ସରକାରଙ୍କ ଫୋକସରେ ପର୍ଯ୍ୟଟନ ଶିଳ୍ପ
  •  ଓଡ଼ିଶା ପର୍ଯ୍ୟଟନକୁ ବିଶ୍ବ ଦରବାରରେ ପହଁଞ୍ଚାବାକୁ  ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ
  •  ବିଶ୍ବ ପର୍ଯ୍ୟଟନ କନକ୍ଳେଭରେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀଙ୍କ ସହ ପୁରା ଟିମ
  • ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ଦେଶରେ 3 ନମ୍ବର କରିବାର ଲକ୍ଷରେ ଭିଡିଲେ ଅଣ୍ଟା
  •  ଅପାର ସମ୍ଭାବନାର ହୋଇନି ସଦୁପଯୋଗ
  • ଅତୀତରେ ଚିନ୍ତା ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଚଲୋ ଦେଖେ ଆପନା ଦେଶ୍ ସ୍ଲୋଗନକୁ  ବିଦେଶରେ ରହୁଥିବା ଓଡିଆଙ୍କ ପାଖରେ ପହଁଞ୍ଚାଇବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଓଡିଶାର ସମ୍ଭାବନା ବାବଦରେ ଅବଗତ କରିବାକୁ ପୁରା ଟିମ ସହ ଲଣ୍ଡନ ଗଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । 


7 ଦିନିଆ ଗସ୍ତ ସମୟରେ ଲଣ୍ଡନରେ ରହୁଥିବା ଓଡିଆଙ୍କୁ ଭେଟିବା ସହ ପ୍ରବାସୀ ଭାରତୀୟ, ବିଦେଶୀ ଟୁର ଅପରେଟରଙ୍କ ସହ ଆଲୋଚନା କରିବେ ଉପମୁଖ୍ୟମନ୍ତ୍ରୀ..ଓଡିଶାକୁ କିପରି ଅଧିକ ବିଦେଶୀ ପର୍ଯ୍ୟଟକ ଆସିବେ ସେ ନେଇ ତତ୍ପର ହୋଇଛି ବିଭାଗ ।   

ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ ଦୃଢ ହେବ ରାଜ୍ୟର ଅର୍ଥନୀତି । ଖଣି ଆଧାରିତ ଅର୍ଥନୀତି ଉପରେ ନିର୍ଭର କରୁଥିବା ଓଡିଶା ପାଇଁ ନୂଆ ଅଧ୍ୟାୟର ଆରମ୍ଭ ହେବ । ଏଇଥିପାଇଁ ପର୍ଯ୍ୟଟନ ଶିଳ୍ପକୁ ଫୋକସ କରି  ଆଗକୁ ବଢୁଛନ୍ତି ନୂଆ ସରକାର । ପଡୋଶୀ ଆନ୍ଧ୍ର ତେଲେଙ୍ଗାନା ପରି ରାଜ୍ୟକୁ ପର୍ଯ୍ୟଟନ ଶିଳ୍ପ ଯେପରି ସମୃଦ୍ଦ କରିଛି ଓଡିଶାରେ ତାହା ହୋଇପାରି ନାହିଁ । 480 କିଲୋମିଟର ବିସ୍ତିର୍ଣ ବେଳାଭୂମି ଥାଇ ବି  ପର୍ଯ୍ୟଟନ ଶିଳ୍ପରେ ଆମେ ପଛରେ । ନଜର ପକାନ୍ତୁ ସୁନ୍ଦର ଓଡିଶାର କିଛି  ମନଲୋଭା ପର୍ଯ୍ୟଟନ ସ୍ଥଳୀ ଉପରେ । ତେବେ ବିଡମ୍ବନା ଏତେ ସମ୍ଭାବନା ପରେ ବି ପର୍ଯ୍ୟଟନ କ୍ଷେତ୍ରରେ ପଛରେ ପଡିଛି ଓଡ଼ିଶା । 


ବିଜେଡି ସରକାରର ପୁରୁଷାର୍ଥ ଅଭାବରୁ ଅବହେଳିତ ବେଳାଭୂମି, ଜଙ୍ଗଲ ଓ ଜଳ ସମ୍ପଦ...24 ଧରି ମାଟିତଳ ସମ୍ପତ୍ତିକୁ ନେଇ ଚାଲିଛି ଓଡ଼ିଶା । 

ଅପାର ସମ୍ଭାବନାର ସଦୁପ ଯୋଗ କରିପାରିନାହାଁନ୍ତି 24 ବର୍ଷର ସରକାର । ବରଂ ଯେଉଁ ପ୍ରାଚୀନ କୀର୍ତ୍ତୀରାଜି ଅଛି ତାର ସୁରକ୍ଷା ଆଳରେ ଠିକାଦାରଙ୍କୁ ପୋଷିଛନ୍ତି । ଏଇ ଯେମିତି ଲଳିତ ଗିରି, ରତ୍ନ ଗିରି ଉଦୟଗିରିର ପୁଷ୍ପଗିରି ଓ ଲାଙ୍ଗୁଡିର  ବୌଦ୍ଦ କୀର୍ତ୍ତିରାଜି । କେନ୍ଦ୍ର ସରକର ଅନୁଦାନକୁ ଠିକ ଭାବରେ ବିନିଯୋଗ ନ କରି ଠିକାଦର ପୋଷାରେ ଉଡାଇ ଦେଇଛନ୍ତି  ସରକାରଙ୍କ  ଟଙ୍କା ।  ଯେଉଁଥିପାଇଁ ଆଗକୁ ବଢି ପାରୁନି ରାଜ୍ୟର ପର୍ଯ୍ୟଟନ ଶିଳ୍ପ । 

ସାରା ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ରହିଛି ଅପାର ସମ୍ଭାବନା ।  358 ଟି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ନକସା ପ୍ରସ୍ତୁତ ହୋଇଥିଲା । ହେଲେ ଆନ୍ତରିକତାର ଅଭାରୁ ଏଥିରୁ ଅନେକ ପର୍ଯ୍ୟଟନ ସ୍ଥଳ ଆଜି ଅବହେଳିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାଲେଶ୍ବରର ଚାନ୍ଦିପୁର ବେଳାଭୂମି ହେଉକି  ଉଦୟପୁର ଡଗରା ଦୁବଲାଡଡି ବେଳାଭୂମି । ଏ ସବୁର ବିକାଶ ପାଇଁ ସତେ ଯେମିତି ଆନ୍ତରିକତା ନ ଥିଲା 24 ବର୍ଷର ସରକାରର ।  ଏବେ ବଦଳିଛି ସରକାର ଆଶା ବଦଳିବ ପର୍ଯ୍ୟଟନ ସ୍ଥଳର ଚିତ୍ର ଆଉ  ବଦଳିବ ଓଡିଶା ଅର୍ଥନିତିରେ ପର୍ଯ୍ୟଟନ ଶିଳ୍ପର ଅବଦାନ । 

Sponsored
tourism-is-the-first-priority-of-odisha-govt | Argus News