Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Accident News / ଛାତିଥରା ଦୁର୍ଘଟଣା : ରାସ୍ତାକଡ଼କୁ ଓଲଟିଲା ଟୁରିଷ୍ଟ ବସ୍, ୫ ମୃତ ୪୫ରୁ ଉର୍ଦ୍ଧ୍ଵ ଆହତ

Ritu Das
Browse all articles by Ritu Das
·3 months ago·2 min read
ଛାତିଥରା ଦୁର୍ଘଟଣା : ରାସ୍ତାକଡ଼କୁ ଓଲଟିଲା ଟୁରିଷ୍ଟ ବସ୍, ୫ ମୃତ ୪୫ରୁ ଉର୍ଦ୍ଧ୍ଵ ଆହତ
India

Key Points

ବ୍ରହ୍ମପୁରରୁ ବଲାଙ୍ଗୀର ହରିଶଙ୍କର ବୁଲି ଯିବାବେଳେ ମର୍ମନ୍ତୁଦ ଦୁର୍ଘଟଣା। ଖୋର୍ଦ୍ଧା ବଲାଙ୍ଗିର ରାଜପଥର ଟାକେରା ପିଠାଖାଇ ଘାଟି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଟୁରିଷ୍ଟ ବସ୍।
ବ୍ରହ୍ମପୁରରୁ ବଲାଙ୍ଗୀର ହରିଶଙ୍କର ବୁଲି ଯିବାବେଳେ ମର୍ମନ୍ତୁଦ ଦୁର୍ଘଟଣା। ଖୋର୍ଦ୍ଧା ବଲାଙ୍ଗିର ରାଜପଥର ଟାକେରା ପିଠାଖାଇ ଘାଟି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଟୁରିଷ୍ଟ ବସ୍। ଡ୍ରାଇଭର୍ ସମେତ ୫ ମୃତ, ୪୫ରୁ ଉର୍ଦ୍ଧ୍ଵ ଆହତ। ସମସ୍ତ ମୃତାହତ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ସୂଚନା। ବିଳମ୍ବିତ ରାତି ୧ ଟାରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ପ୍ରାୟ ୫୫ ଜଣ ଯାତ୍ରୀ ଏକ ବସ୍ ରେ ବଲାଙ୍ଗୀରର ହରିଶଙ୍କର ବୁଲି ଯାଉଥିଲେ। ବିଳମ୍ବିତ ରାତି ୧ ଟାରେ ଖୋର୍ଦ୍ଧା ବଲାଙ୍ଗିର ରାଜପଥର ଟାକେରା ନିକଟ ପିଠାଖାଇ ଘାଟି ନିକଟରେ ବସ୍‌ ଟି ଏକ ବଡ଼ ପଥର ସହ ଧକ୍କା ହୋଇ ରାସ୍ତା କଡକୁ ଓଲଟି ପଡିଛି। ଫଳରେ ଡ୍ରାଇଭର୍ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୪୫ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା ବେଳେ ଆହତଙ୍କୁ ମେଡିକାଲ ପଠାଇଛି। ମୃତକଙ୍କ ମଧ୍ୟରେ ୩ ମହିଳା ଅଛନ୍ତି।

ମୃତକମାନେ ହେଲେ ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଓ ଡ୍ରାଇଭର ପ୍ରବୀଣ ସାହୁ। ୫ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବାକି ୪୫ ଆହତ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦଶପଲ୍ଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଖବର ପାଇ ଦଶପଲ୍ଲା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ବସରେ ଥିବା ଆହାତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ ଡ୍ରାଇଭରର ବେପରୁଆ ଗାଡିଚାଳନା କିମ୍ବା ମଦ୍ୟପାନ କରି ବସଟି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି। ଦଶପଲ୍ଲା ଥାନା ପୋଲିସ ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି।

ଏହାସହ ପଢ଼ନ୍ତୁ: ଭୟଙ୍କର ସଡ଼କ ଦୁର୍ଘଟଣା: ୩ ଶିଶୁଙ୍କ ସମେତ ୮ଜଣଙ୍କ ମୃତ୍ୟୁ, ୧୮ଜଣ ପିକଅପ୍‌ରେ ପ୍ରୟାଗରାଜ ଯାଉଥିଲେ

କାନପୁର-ପ୍ରୟାଗରାଜ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି। ଏକ ଦ୍ରୁତଗାମୀ ପିକଅପ୍ ଟ୍ରକ୍ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ, ପିକଅପ୍ ଟ୍ରକଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା, ଯାହା ଫଳରେ ଯାତ୍ରୀ ମାନେ ଏଣେତେଣେ ପଡିଥିଲେ। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ତିନି ଜଣ ମହିଳା ଏବଂ ଦୁଇଜଣ ପୁରୁଷ ଅଛନ୍ତି।

ସୂଚନା ଅନୁଯାୟୀ, ପିକଅପ୍ଟି ମହିଳା ଏବଂ ଶିଶୁ ସମେତ ପ୍ରାୟ ୨୫ ଜଣଙ୍କୁ ନେଇ ଯାଉଥିଲା। ସେମାନେ ସମସ୍ତେ ଫତେହପୁର ଜିଲ୍ଲାର ମାଲୱାନ ଅଞ୍ଚଳର ବାରୋଖର ଗାଁର ବାସିନ୍ଦା। ସେମାନେ ରାମନବମୀ ଅବସରରେ ଏକ ଶିଶୁର ମୁଣ୍ଡନ ଉତ୍ସବ କରିବାକୁ ପ୍ରୟାଗରାଜ ଆସିଥିଲେ। ସଙ୍ଗମରେ ସ୍ନାନ ଏବଂ ମୁଣ୍ଡନ ଉତ୍ସବ କରିବା ପରେ, ସେମାନେ ପିକଅପ୍ ଟ୍ରକରେ ଫତେପୁର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅପରାହ୍ନ ପ୍ରାୟ ୩:୪୫ ସମୟରେ ଏହି ଘଟଣା ଘଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chest-Thrilling Road Tragedy: Tourist Bus Overturns, 5 Dead and Over 45 Injured | Argus News