ଚାନ୍ଦିପୁରରୁ ପୁରୀ ଯାଉଥିଲେ 40 ପର୍ଯ୍ୟଟକ
·1 year ago

Key Points
ଟୁରିଷ୍ଟ ବସରେ ଅଗ୍ନିକାଣ୍ଡ
ଭଦ୍ରକ: ଜାତୀୟ ରାଜପଥରେ ତୀର୍ଥଯାତ୍ରୀ ବସ୍ରେ ଲାଗିଲା ନିଆଁ । 16 ନଂ ଜାତୀୟ ରାଜପଥ ନଳାଙ୍ଗ ଛକ ନିକଟରେ ବସ୍ର ପଛ ଏସି କମ୍ପ୍ରେସରରେ ଲାଗିଲା ନିଆଁ । ପଶ୍ଚିମବଙ୍ଗରୁ କିଛି ଯାତ୍ରୀ ବାଲେଶ୍ୱର ଚାନ୍ଦିପୁର ବୁଲିବା ପରେ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ନିଆଁ ଲାଗିବା ସମୟରେ ବସରେ 40 ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଠିକ୍ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: