Odisha Update / ଟନେଲରେ ପଶିଯିବେ ପର୍ଯ୍ୟଟକ, ସମୁଦ୍ର ଭଳି କରିବେ ଫିଲ୍

Key Points
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ପର୍ଯ୍ୟଟନ ଭୀତିଭୂମିକୁ ଦୃଢ କରିବାକୁ ଚିନ୍ତା କରାଯାଇଛି ।ଏହି ବିଶ୍ବସ୍ତରୀୟ ମେରାଇନ ଆକ୍ୱାରିଅମ ରେ ସାମୁଦ୍ରିକ ମାଛ ପ୍ରଜାତି ସବୁ ସହ ରହିବ ଦୁବାଇ ଭଳି ଜୁ ର ଭିୟୁ ।
ଟନେଲ୍ ରେ ପଶିଯିବେ ପର୍ଯ୍ୟଟକ, ସମୁଦ୍ର ଭଳି କରିବେ ଫିଲ୍। ପୁରୀରେ ହେବ ଦୁବାଇ ଭଳି ମେରାଇନ ଆକ୍ୱାରିଅମ ଓ ଅଣ୍ଡର ୱାଟର୍ ଜୁ । ଏଥିରେ କାଫେଟରିଆ ଠାରୁ ଆରମ୍ଭ କରି ସପିଙ୍ଗ ମଲ୍ ଓ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ପାଇବେ । ଏଭଳି କିଛି ଯୋଜନା କରୁଛନ୍ତି ରାଜ୍ୟ ସରକାର । ପ୍ରାୟ ୨୦୦ କୋଟି ବ୍ୟୟରେ ୨୨ ଏକର ଜମିରେ ଏକ ବୃହତ୍ ପ୍ରକଳ୍ପ କରିବାକୁ ଯୋଜନା କରାଯାଉଛି ।
ଗତ ୨୦୧୩ରେ ଏଭଳି ଏକ ପରିକଳ୍ପନା କରିଥିଲେ ତତ୍କାଳୀନ ସରକାର । ଅର୍ବାନ ହାଟ ସମ୍ମୁଖରେ ଜାଗା ବି ଚିହ୍ନଟ ହୋଇଥିଲା । ୨ ଦଶମିକ ଚାରି ଶୁନ ଚାରି ଏକର ଜମିରେ ୭ କୋଟି ୨୦ ଲକ୍ଷର ଅନୁଦାନ ବି ମଞ୍ଜୁର ହୋଇଥିଲା । ହେଲେ କାମ ପାଦେ ବି ଆଗେଇଲାନି। ଏବେ ସେ ସ୍ଥାନ ଅନାବନା ହୋଇ ପଡ଼ି ରହିଛି । ତେବେ ବର୍ତ୍ତମାନର ସରକାର ପ୍ରାୟ ୧୫୦ରୁ ୨୦୦ କୋଟି ଅର୍ଥାତ୍ ପୂର୍ବ ଯୋଜନାର ୩୦ ଗୁଣ ଅଧିକ ଟଙ୍କା ବ୍ୟୟରେ ଏକ ବିଶ୍ବସ୍ତରୀୟ ପ୍ରକଳ୍ପର ରୂପରେଖ ଦେବାକୁ ଚିନ୍ତା କରିଛନ୍ତି ।
ସରକାର ଆଙ୍କିଥିବା ଏଇ ନୂଆ ନକ୍ସା ଯେତେ ଜଲଦି ସଫଳ ରୂପାୟନ ହେବ, ସେତେ ଶୀଘ୍ର ଓଡ଼ିଶା ପର୍ଯ୍ୟଟନ ନକ୍ସାରେ ନୂଆ ଫର୍ଦ୍ଦ ଯୋଡ଼ି ହେବ ଏବଂ ପର୍ଯ୍ୟଟନକୁ ମିଳିବ ନୂଆ ଗତି ।
📱 Get Argus News App
✨Related Topics
Explore more stories