Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଭୟାରଣ୍ୟ ବୁଲିବା ପାଇଁ କେବଳ ଅନ୍‌ଲାଇନରେ ଆବେଦନ କରିବେ ପର୍ଯ୍ୟଟକ

Rashmita Mishra
Browse all articles by Rashmita Mishra
·1 year ago·1 min read
ଅଭୟାରଣ୍ୟ ବୁଲିବା ପାଇଁ କେବଳ ଅନ୍‌ଲାଇନରେ ଆବେଦନ କରିବେ ପର୍ଯ୍ୟଟକ

ଅର୍ଗସ ବ୍ୟୁରୋ: ଶିମିଳିପାଳରେ ପ୍ରବେଶ ପାଇଁ ଫେବୃଆରୀ ପହିଲାରୁ ନୂଆ ନିୟମ । ଅଭୟାରଣ୍ୟ ବୁଲିବା ପାଇଁ କେବଳ ଅନ୍‌ଲାଇନରେ ଆବେଦନ କରିବେ ପର୍ଯ୍ୟଟକ । କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ନିୟମରେ ପରିବର୍ତ୍ତନ । ବାରିପଦା ମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀଙ୍କ ସୂଚନା ।


ଶିମିଳିପାଳ ଅଭୟାରଣ୍ୟ ବୁଲିବା ପାଇଁ ଆସୁଥ‌ିବା ପର୍ଯ୍ୟଟକଙ୍କ ନିମନ୍ତେ ଆସନ୍ତା ଫେବୃଆରୀ ପହିଲାରୁ ନୂତନ ନିୟମ ଲାଗୁ ହେବାକୁ ଯାଉଛି।ଅଭୟାରଣ୍ୟ ବୁଲିବା ନିମନ୍ତେ ପର୍ଯ୍ୟଟକମାନଙ୍କୁ ଏବେ ଅନଲାଇନରେ ଆବେଦନ କରିବାକୁ ପଡିବ। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସଟିଆର) ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନେନୀ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ଶିମିଳିପାଳକୁ ପର୍ଯ୍ୟଟକମାନେ ଘରୋଇ ଗାଡ଼ିରେ ପ୍ରବେଶ କରିବା ନିମନ୍ତେ ବାରିପଦା ପଟୁ ପିଠାବଟା ତନଖି ଫାଟକ ଓ ଯଶିପୁର ପଟୁ କାଲିକାପ୍ରସାଦ ତନଖି ଫାଟକରେ ଅଫଲାଇନ ଜରିଆରେ ଆବେଦନ କରି ପ୍ରବେଶ କରୁଥିଲେ । ଉଭୟ ଫାଟକରେ ଆବେଦନ ଫର୍ମ ସମେତ ଧାର୍ଯ୍ୟ ଟଙ୍କା ପ୍ରଦାନ କଲେ ପ୍ରବେଶ ନିମନ୍ତେ ପରମିଟ ଅନୁମତି ଦିଆଯାଉଥିଲା । କିନ୍ତୁ ତାହାକୁ ପରିବର୍ତ୍ତନ କରାଯାଇ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ଅନଲାଇନ ପ୍ରକ୍ରିୟା କରାଯାଇଛି। ପର୍ଯ୍ୟଟକମାନେ । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶିମିଳିପାଳ ଆସିବା ପୂର୍ବରୁ ଡବ୍ଲୁଡବ୍ଲୁଡବୁ ଶିମିଳିପାଳ ଓଆରଜି କିମ୍ବା ଡବ୍ଲୁଡବ୍ଲୁଡବ୍ଲୁ ଇକୋଟୁର ଓଡିଶା.କମ୍‌ରେ (www.similipal.org / www.ecotourodisha.com) ଆବେଦନ କରିବେ। ଆବେଦନକୁ ସ୍ବୀକୃତି ମିଳିବା ପରେ ପ୍ରଦତ୍ତ ପରମିଟ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ବୁଲିବାକୁ ଆସିବେ ବୋଲି ସୂଚନା ଦିଆଯାଇଛି। ତେବେ ପୂର୍ବ ପରି ଦୈନିକ କାଲିକାପ୍ରସାଦ ତନଖି ଫାଟକ (ଯଶିପୁର) ପଟୁ ୩୫ ଗାଡି ଓ ପିଠାବଟା (ବାରିପଦା) ତନଖି ଫାଟକ ଦେଇ ୨୫ ଗାଡି ଜଙ୍ଗଲ ଭିତରକୁ ପ୍ରବେଶ କରିବ ବୋଲି ଜଣାପଡ଼ିଛି ।



Sponsored
tourists-will-only-have-to-apply-online-to-visit-the-sanctuary | Argus News