Kalahandi Flood / ପାଣିଘେରରେ ଫସିଥିଲେ ୨ ଯୁବତୀ , ଉପସ୍ଥିତ ବୁଦ୍ଧି ଯୋଗୁ ଉଦ୍ଧାର କଲେ ଡ୍ରାଇଭର

Key Points
ଟ୍ରାକ୍ଟର ଡ୍ରାଇଭରଙ୍କ ସାହାସିକତା
ପାଣିଘେରରେ ଫସିଥିଲେ ୨ ଯୁବତୀ
ଉପସ୍ଥିତ ବୁଦ୍ଧି ଯୋଗୁ କଲେ ଉଦ୍ଧାର
ଟ୍ରାକ୍ଟର ଡ୍ରାଇଭର ଦେଖାଇଲେ ମହନୀୟତା । ମୃତ୍ୟୁମୁଖରୁ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ୨ ଜଣଙ୍କ ଜୀବନ ।
ଏଭଳି ଦୃଶ୍ୟ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳରାମପୁର ବ୍ଳକ ଅଡ୍ରି ନିକଟସ୍ଥ ଚାନ୍ଦଗିରି ନାଳରେ । ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ଦୁଇଜଣ ଯୁବତୀ ବ୍ରିଜ୍ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ଉପରମୁଣ୍ଡରୁ ହଠାତ୍ ପାଣି ଆସିବାରୁ ସେମାନେ ଜଳବନ୍ଦୀ ଭିତରେ ରହିଯାଇଥିଲେ । ଏବଂ ଭାସିଯିବାର ଆଶଙ୍କା ଥିଲା ।
📱 Get Argus News App
✨ଉଦ୍ଧାର ପାଇଁ ସେମାନେ ଚିତ୍କାର କରୁଥିବା ସମୟରେ ଜଣେ ଟ୍ରାକ୍ଟର ଡ୍ରାଇଭର ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ । ଦାମୁ ମୁଦୁଲି ନାମକ ଜଣେ ଟ୍ରାକ୍ଟର ଡ୍ରାଇଭର ପାଖରେ ଥିବା ଗାଁ ଲୋକଙ୍କୁ ଡାକି ଦଉଡି ଯୋଗେ ସେହି ୨ ଜଣଙ୍କୁ ଉଦ୍ଧାର କରିଦେଲେ । ବିପଦସଙ୍କୁଳ ଅବସ୍ଥାକୁ ଯିବା ପୂର୍ବରୁ ସେମାନେ ତାଙ୍କୁ ଉଦ୍ଧାର କରି ଦେଇଥିଲେ । ଡ୍ରାଇଭରଙ୍କର ଏପରି ମହାନ ସାହାସିକତାର କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।
Related Topics
Explore more stories