Videos
|
Odisha

ନୂଆବର୍ଷରେ ପୁରୀ ଯିବାକୁ ପ୍ଲାନ୍ କରିଛନ୍ତି, କେଉଁଠି କରିବେ ଗାଡି ପାର୍କିଂ...ଜାଣନ୍ତୁ

Smruti Parija
Browse all articles by Smruti Parija
·1 year ago·2 min read
ନୂଆବର୍ଷରେ ପୁରୀ ଯିବାକୁ ପ୍ଲାନ୍ କରିଛନ୍ତି, କେଉଁଠି କରିବେ ଗାଡି ପାର୍କିଂ...ଜାଣନ୍ତୁ

Key Points

ଆଜି ଓ ଆସନ୍ତାକାଲି ଶ୍ରୀମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ମାର୍ଗଦର୍ଶିକା ଜାରି କରାଯାଇଛି ।

ପୁରୀ: ଆଜି ଓ ଆସନ୍ତାକାଲି ଶ୍ରୀମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ମାର୍ଗଦର୍ଶିକା ଜାରି କରାଯାଇଛି । ଭୁବନେଶ୍ଵର ବ୍ରହ୍ମଗିରି କୋଣାର୍କ ପାର୍ଶ୍ବରୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ମାର୍କେଟ ଛକ ପର୍ଯ୍ୟନ୍ତ ଯିବା ପାଇଁ ଅନୁମତି ରହିଛି । ମାର୍କେଟ ଛକ ମ୍ୟୁନିସିପାଲ ମାର୍କେଟ କମ୍ପ୍ଲେକ୍ସ ପାର୍କିଂରେ ଦୁଇ ଚକିଆ ଯାନକୁ ପାର୍କିଂ କରିପାରିବେ ।


ସେହି ପାର୍କିଂ ସ୍ଥଳ ପୂର୍ଣ୍ଣ ହୋଇଯାଇଥିଲେ ବଡ଼ଦାଣ୍ଡ ମାର୍କେଟ ଛକ ଠାରୁ ମେଡିକାଲ୍ ଛକ ମଧ୍ୟରେ ପୂର୍ବପାର୍ଶ୍ଵରେ ଚିହ୍ନିତ ପାର୍କିଂ ଅଞ୍ଚଳରେ ପାର୍କିଂ କରିପାରିବେ। ସେହିପାରୀ ବେଳାଭୂମି ଆଡ଼କୁ ଯିବାକୁ ଚାହୁଁଥିବା ଦୁଇ ଚକିଆ ଯାନ ମଙ୍ଗଳା ଘାଟ ଛକ ଦେଇ ଷ୍ଟର୍ଲିଙ୍ଗ ରିଶୋର୍ଟ ଛକ ପାର୍କିଂରେ ଗାଡ଼ି ପାର୍କିଂ କରିପାରିବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଭୁବନେଶ୍ବର ପାର୍ଶ୍ଵରୁ ଆସୁଥିବା ଚାରିଚକିଆ ବା ହାଲକା ଯାନ ଗୁଡ଼ିକ ଉତ୍ତରା, ପିପିଲି, ପଟ୍ଟନାୟକିଆ, ସତ୍ୟବାଦୀ, ଚନ୍ଦନପୁର, ମାଳତୀ ପାଟପୁର, ଚାରିନଳା, ଅଠରନଳା ଦେଇ ଜେଲ୍ ରୋଡ ପାର୍କିଂରେ ପାର୍କ କରିବେ । ଜେଲ ରୋଡ ପାର୍କିଂ ପୂର୍ଣ୍ଣ ହେଲେ ମେଡିକାଲ୍ ଛକ ଦେଇ ଶରଧା ବାଲି ପାର୍କିଂ ସ୍ଥଳରେ ପାର୍କିଂ କରିପାରିବେ । ଜେଲ୍ ରୋଡ ପାର୍କିଂ ପୂର୍ଣ୍ଣ ହେଲେ ମାଳତୀ ପାଟପୁର ଆର୍‌ଓବି, ବାଇଦାସ ନଗର ଗ୍ରିଡ୍ ଷ୍ଟେସନ୍ ଓ ଭୂଦାନ ନଗର ଦେଇ ତାଳବଣିଆ ପାର୍କିଂରେ ପାର୍କ କରିବେ ।


କୋଣାର୍କ ପାର୍ଶ୍ଵରୁ ଆସୁଥିବା ହାଲକା ଯାନ ଗୁଡ଼ିକ ବାଇଦାସ ନଗର, ଗ୍ରେଡ ଷ୍ଟେସନ୍, ଭୂଦାନ ଛକ ଦେଇ ତାଳବଣିଆ ଓ ଆଇଟିଆଇ ପାର୍କିଂରେ ପାର୍କ କରିବେ । ସେହିପରୀ ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ହାଲକା ଯାନ ଗୁଡ଼ିକ ମଙ୍ଗଳାଘାଟ ଛକ, ଷ୍ଟର୍ଲିଂ ରିଷୋର୍ଟ ଛକ, ଲାଇଟ୍ ହାଉସ୍ ଛକ ଦେଇ ଜାତ୍ରିକା ପାର୍କିଂ ସ୍ଥଳରେ ଗାଡି ପାର୍କ କରିବେ ।

traffic-advisory-for-puri-on-the-occassion-of-new-year | Argus News