Videos
|
Odisha

ସିଙ୍ଗାପୁର ରାଷ୍ଟ୍ରପତିଙ୍କ କାରକେଡ୍‌ ଯିବା ବେଳେ ଅନ୍ୟ ଗାଡ଼ି ମନା

Smruti Parija
Browse all articles by Smruti Parija
·1 year ago·1 min read
ସିଙ୍ଗାପୁର ରାଷ୍ଟ୍ରପତିଙ୍କ କାରକେଡ୍‌ ଯିବା ବେଳେ ଅନ୍ୟ ଗାଡ଼ି ମନା

Key Points

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ।

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ଭିଭିଆଇପିଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଲାଗୁ କରାଯାଇଛି । ସେଥିପାଇଁ ଟ୍ରାଫିକ ଗାଇଡ଼ଲାଇନ ଜାରି କଲା କମିସନରେଟ ପୋଲିସ । ୨ ଦିନ ଟ୍ରାଫିକ କଟକଣା ରହିବ ।


ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ଦିନ ୧୧.୪୫ ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଅପରାହ୍ନ ୨ ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ନ ୪ ଟାରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ କରିବେ । ତାହା ସହିତ ୱାର୍ଲଡ଼ ସ୍କିଲ ସେଣ୍ଟର ମଧ୍ୟ ବୁଲି ଦେଖିବେ ସିଙ୍ଗାପୁର ରାଷ୍ଟ୍ରପତି । ସେହିପରି ୧୮ ତାରିଖରେ ରଘୁରାଜପୁର ହେରିଟେଜ ଭିଲେଜ ବୁଲି ଦେଖିବେ, ତାହା ପରେ ଆଇଓସିଏଲ ଇଣ୍ଟରପେସନ ବୁଲି ଦେଖିବେ । ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ଅପରାହ୍ନରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
traffic-advisory-in-bhubaneswar-for-next-two-days | Argus News