Videos
|
Odisha

ଓଡ଼ିଶା ବନ୍ଦ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ପ୍ରଭାବିତ

Rashmita Mishra
Browse all articles by Rashmita Mishra
·1 year ago·2 min read
ଓଡ଼ିଶା ବନ୍ଦ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ପ୍ରଭାବିତ

Key Points

ଓଡ଼ିଶା ବନ୍ଦ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ପ୍ରଭାବିତ
ଗନ୍ତବ୍ୟସ୍ଥଳକୁ ଯିବାକୁ ହଇରାଣ ଯାତ୍ରୀ
ରେଲୱେ ଷ୍ଟେସନଠୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାରେ ଛିଡା ହୋଇଛନ୍ତି ଯାତ୍ରୀ
ବନ୍ଦ ପାଇଁ ଚିକିତ୍ସା ପାଇଁ ଆସିଥିବା ରୋଗୀ ବି ହନ୍ତସନ୍ତ
ବନ୍ଦ ବେଳେ ଆଇନଜୀବୀ ଓ ଡାକ୍ତର ବି ହନ୍ତସନ୍ତ

ଓଡ଼ିଶା ବନ୍ଦ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ପ୍ରଭାବିତ । ଗନ୍ତବ୍ୟସ୍ଥଳକୁ ଯିବାକୁ ହଇରାଣ ଯାତ୍ରୀ । ରେଲୱେ ଷ୍ଟେସନଠୁ ଆରମ୍ଭ କରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାତ୍ରୀ ହନ୍ତସନ୍ତର ଚିତ୍ର ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନ ନିକଟରେ ଭଦ୍ରକ-ନୟାଗଡ଼ ଦଶପଲ୍ଲା ମେମୁ ଟ୍ରେନକୁ ଅଟକାଇଥିଲେ କଂଗ୍ରେସ ନେତା ଓ କର୍ମୀ । ବନ୍ଦ ପାଇଁ ରୋଗୀକୁ ବି ଅଟକାଇଲେ କଂଗ୍ରେସ କର୍ମୀ । ନିଜ ଚିକିତ୍ସା ପାଇଁ ବାହାର ରାଜ୍ୟରୁ ଆସିଥିଲେ କର୍କଟ ରୋଗୀ । ମାତ୍ର ତାଙ୍କୁ କଂଗ୍ରେସ କର୍ମୀ ମାନେ ଛାଡିଲେ ନାହିଁ ।

ସେପଟେ ବନ୍ଦ ବେଳେ ଆଇନଜୀବୀ ଓ ଡାକ୍ତର ବି ହନ୍ତସନ୍ତ । ଆଇନଜୀବୀ କହିଛନ୍ତି, ମୋ ସ୍ତ୍ରୀ ଡାଇଂ ବେଡ଼ରେ ପଡିଛି । ପୁଅ ମାକୁ ଦେଖିବାକୁ ଦୁବାଇରୁ ଆସିଛି । ଏହା କହି ଆନ୍ଦୋଳନକାରୀଙ୍କୁ ନେହୁରା ହେଲେ ଆଇନଜୀବୀ । ସେହିପରି ଜଣେ ଡାକ୍ତର କହିଛନ୍ତି, ମୁଁ ଡାକ୍ତର ମତେ ଛାଡିଦିଅ । ବନ୍ଦ ଯୋଗୁଁ ଫସିଲେ ICMR ମହିଳା ଡାକ୍ତର ।

କଟକ scb ମେଡିକାଲରେ ସମ୍ପର୍କୀୟଙ୍କୁ ଭେଟିବାକୁ ଯିବାବେଳେ ରାସ୍ତାରୋକ କରିଛନ୍ତି କଂଗ୍ରେସ କର୍ମୀ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ବିହାରରୁ ପୁଅର ଆଡ଼ମିଶନ ପାଇଁ ଆସିଥିବା ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସମୟରେ ନପହଁଚିଲେ ହୋଇ ପାରିବିନି ପୁଅର ଆଡ଼ମିଶନ। ଗାଡି ମିଳୁନି ଯାହାବି ମିଳୁଛି ବହୁତ ରେଟ । ବିମାନ ବନ୍ଦରରେ ଗାଡି ନପାଇ ଅସନ୍ତୋଷ ଯାହିର କରିଛନ୍ତି ଲୋକେ। ସେପଟେ ସ୍କୁଲକୁ ଯିବାବେଳେ ଶିକ୍ଷକଙ୍କୁ ଛାଡିଲେନି କଂଗ୍ରେସ କର୍ମୀ। ଆମକୁ ଓଡ଼ିଶା ବନ୍ଦ ପାଇଁ ଛୁଟି ମିଳିନି। ହେଲେ କଂଗ୍ରେସ କର୍ମୀ ଛାଡ଼ୁନାହାନ୍ତି କହି ଅସନ୍ତୋଷ ଝାଡିଛନ୍ତି ଶିକ୍ଷକ।


କଂଗ୍ରେସ କର୍ମୀ ଲୋକଙ୍କୁ ନାହିଁ ନଥିବା ଅସୁବିଧା କରାଉଛନ୍ତି। କଳ୍ପନା ଛକରେ ମିଡ଼ିଆ ଓ କଂଗ୍ରେସ କର୍ମୀଙ୍କ ଠେଲା ପେଲା, ଯୁକ୍ତି ତର୍କ। ଅଶାଳୀନ ମନ୍ତବ୍ୟ ଦେଇ ଫାଶିଲେ କଂଗ୍ରେସ କର୍ମୀ। ଅଭଦ୍ର ଭାଷା କହି ଗାଳି କଲେ । ପିଲା ଜାଣି ନାହାନ୍ତି ବିଷୟ କଣ? କିନ୍ତୁ ଆନ୍ଦୋଳନ କରୁଛନ୍ତି। ଯୁକ୍ତି ତର୍କ, ନେତା ବି ଜାଣି ନାହାନ୍ତି। ଝାଳ ବୋହିଲା ଲୋକ ଅସନ୍ତସ୍ତ। ଭୁଲ ମାଗିଲେ କଂଗ୍ରେସ ନେତା। ସାଧାରଣ ଲୋକ ନାହିଁ ନଥିବା ଅସନ୍ତୋଷ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
traffic-affected-in-various-parts-of-the-state-due-to-odisha-lockdown | Argus News