ସୁଧୁରିବ ରାଜଧାନୀର ଟ୍ରାଫିକ ସମସ୍ୟା, ନିର୍ମାଣ ହେବ ଓଭର ବ୍ରିଜ୍

Key Points
ସୁଧୁରିବ ରାଜଧାନୀର ଟ୍ରାଫିକ ସମସ୍ୟା
ନିର୍ମାଣ ହେବ ଓଭର ବ୍ରିଜ୍
ରାଜଧାନୀ ଚାରିପଟେ ବୁଲିବ ରିଂ ରୋଡ୍
ରାସ୍ତାରେ ଗଡ଼ିବ ଅଧିକ ପବ୍ଲିକ ଟ୍ରାନ୍ସପୋର୍ଟ
ଅର୍ଗସ ବ୍ୟୁରୋ: ଆଗକୁ ରହିବନି ଟ୍ରାଫିକ ସମସ୍ୟା । ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଆଉ ଛିଡ଼ା ହେବାକୁ ପଡ଼ିବନି । ଟ୍ରାଫିକ୍ ଜାମ୍ରେ ଫଶିବନି ଗାଡ଼ି । କାରଣ ଖୁବ୍ଶୀଘ୍ର ସମାଧାନ ହେବ ରାଜଧାନୀର ଟ୍ରାଫିକ୍ ସମସ୍ୟା । ଏନେଇ ଖୋଦ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଭୁବନେଶ୍ୱର ଟ୍ରାଫିକ ସମସ୍ୟାକୁ ଗୁରୁତର ସହ ନେଇଛନ୍ତି ସରକାର । ସହରାଞ୍ଚଳ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ରିଂ ରୋଡ୍ ଓ ନୂଆ ଓଭର ବ୍ରିଜ । ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ ମଧ୍ୟ କରିଛନ୍ତି । ବିଭିନ୍ନ ସ୍ଥାନରେ ରିଂ ରୋଡ୍ ଓ ଓଭର ବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ ସେନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ବୈଠକ ଡାକି ମଧ୍ୟ ଆଲୋଚନା କରିସାରିଛନ୍ତି । ଏମିତିକି ତୁରନ୍ତ ପ୍ଲାନ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଖାଲି ସେତିକି ନୁହେଁ ମନ୍ତ୍ରୀ ଆହୁରି କହିଛନ୍ତି ସହରରେ ବର୍ତ୍ତମାନ ଦେଖା ଯାଉଥିବା ଟ୍ରାଫିକ ଜାମକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଅଧିକ ବଢ଼ାଯିବାର ଯୋଜନା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଡବଲ ଡେକର ବସ ସେବା ମଧ୍ୟ ଆରମ୍ଭ କରାଯାଇଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: