ଦୁର୍ଘଟଣା ପରେ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ଟ୍ରେଲର
·1 year ago

ଦୁର୍ଘଟଣା ପରେ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରେଲର । ରୁଗୁଡ଼ି ଥାନା ଏନ୍ ଏଚ୍ ୫୨୦ ଟଣ୍ଟୋ ନିକଟରେ ଛିଡା ହୋଇଥିବା ଟ୍ରକ୍ ପଛରେ ଏକ ଟ୍ରେଲର ପିଟିବା ଫଳରେ ଟ୍ରେଲରର ଆଗଭାଗ କ୍ଷତିଗ୍ରସ୍ତ ହେବା ସହିତ ସେଥିରେ ନିଆଁ ଲାଗି ଯାଇଥିଲା । ଦେଖୁଦେଖୁ ହୁତୁହୁତୁ ହୋଇ ଜଳି ଯାଇଥିଲା ଟ୍ରେଲର । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ମାତ୍ର ସେତେବେଳକୁ କ୍ୟାବିନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇ ଯାଇଥିଲା।
ତେବେ ଟ୍ରେଲର ଡ୍ରାଇଭରର କୌଣସି ଖୋଜ ଖବର ମିଳୁ ନଥିବାବେଳେ ସେ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି । ସେପଟେ ଯେଉଁ ଛିଡା ହୋଇଥିବା ଟ୍ରକକୁ ମଧ୍ୟ ଟ୍ରେଲରଟି ପିଟିଥିଲା। ସେ ଟ୍ରକଟି ଏବେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: