Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Train Accident / ଟ୍ରେନ ଧକ୍କାରେ ବଡ଼ ଝିଅର ମୃତ୍ୟୁ, ମା' ଗୁରୁତର

Banajyotshna Ray
Browse all articles by Banajyotshna Ray
·9 months ago·1 min read
ଟ୍ରେନ ଧକ୍କାରେ ବଡ଼ ଝିଅର ମୃତ୍ୟୁ, ମା' ଗୁରୁତର

Key Points

ଦୁଇ ଛୁଆଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁଲା ମା
ଯାଜପୁର ସୁକିନ୍ଦା ଥାନା ଦାମୋଦରପୁର ନିକଟରେ ଅଭାବନୀୟ ଘଟଣା
ଟ୍ରେନ ଧକ୍କାରେ ବଡ଼ ଝିଅର ମୃତ୍ୟୁ, ମା ଗୁରୁତର


ଝିଅଙ୍କୁ ଧରି ଟ୍ରେନ ଆଗକୁ ଡେଇଁଲା ମା । ଫଳରେ ଟ୍ରେନ ଧକ୍କାରେ ବଡ଼ ଝିଅର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଆହତ ଓ ସାନ ଝିଅ ସାମାନ୍ୟ ଆହତ ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଦାମୋଦରପୁର ନିକଟରେ ଘଟିଛି ଏହି ଅଘଟଣ । ସୁକିନ୍ଦା ଥାନା ମୂଳଖମ୍ବ ଗ୍ରାମର ଶରଣ ବେହେରାଙ୍କ ଚାରି ବର୍ଷର ଝିଅ ସୁଶ୍ରୀ ବେହେରାଙ୍କର ମୃତ୍ୟୁ ଘଟିଥିବା ବେଳେ ଶରଣ ଙ୍କ ସ୍ତ୍ରୀ କୁନି ବେହେରା ଓ ସାନ ଝିଅ ଙ୍କୁ ସ୍ଥାନୀୟ ଲୋକ ଓ ସୁକିନ୍ଦା ପୋଲିସ ସହାୟତା ରେ ଗୁରୁତର ଅବସ୍ଥା ରେ ସୁକିନ୍ଦା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।


ପ୍ରାଥମିକ ଚିକିତ୍ସା ପରେ ମାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏଥିସହିତ ସାନ ଝିଅକୁ ଚିକିତ୍ସା ପରେ ନିକଟସ୍ଥ ଶିଶୁ ଯତ୍ନ ଗୃହରେ ରଖାଯାଇଥିବା ଜଣାପଡିଛି। ଏହି ଘଟଣା ର କାରଣ ଏ ଯାଏ ଅସ୍ପଷ୍ଟ ରହିଛି । ପୋଲିସ ଏଡି ଘଟଣାରେ ତଦନ୍ତ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Train Accident | Train Collision Claims Girl’s Life, Mother Critically Injured | Argus News | Argus News