Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରେନ୍ ଲାଇନଚ୍ୟୁତ ଘଟଣା: ମୃତ ଯାତ୍ରୀଙ୍କ ଘର ପଶ୍ଚିମବଙ୍ଗ

Rashmita Mishra
Browse all articles by Rashmita Mishra
·1 year ago·2 min read
ଟ୍ରେନ୍ ଲାଇନଚ୍ୟୁତ ଘଟଣା: ମୃତ ଯାତ୍ରୀଙ୍କ ଘର ପଶ୍ଚିମବଙ୍ଗ

କଟକ ଚୌଦ୍ବାର ନିର୍ଗୁଣ୍ଡିରେ ଘଟିଥିବା ଟ୍ରେନ୍ ଲାଇନଚ୍ୟୁତ ଘଟଣାରେ ମୃତ ଯାତ୍ରୀଙ୍କ ପରିଚୟ ମିଳିଛି । ମୃତକ ହେଉଛନ୍ତି ଶୁଭଙ୍କର ରାୟ । ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି । ସମୟ ଦିନ ୧୧ଟା ୪୫ । ଆଗକୁ ବଢ଼ୁଥିଲା କାମାକ୍ଷା ଏକ୍ସପ୍ରେସ୍ । ବେଙ୍ଗାଲୁରରୁ ଆସାମ ଗୌହାଟୀ ଯାଉଥିବା ଏହି ଏକ୍ସପ୍ରେସ ମାତ୍ର ଅଳ୍ପ କିଛି ସମୟ ପୂର୍ବରୁ ନିର୍ଗୁଣ୍ଡି ଷ୍ଟେସନରୁ ଛାଡ଼ିଥିଲା । ହେଲେ ହଠାତ୍ ଟ୍ରେନରେ ଭିତରେ ବସିଥିବା ଯାତ୍ରୀମାନେ ଝଟକା ଅନୁଭବ କଲେ। କ’ଣ ଘଟିଲା ବୋଲି ସେମାନେ ଭୟଭୀତ ହୋଇପଡ଼ିଥିଲେ। ସେତେବେଳେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଗୋଟିଏ ପରେ ଗୋଟିଏ ବଗି ଲାଇନଚ୍ୟୁତ ହେଲା । ମୋଟ୍ ୧୧ଟି ବଗି ଟ୍ରାକ ତଳକୁ ଚାଲିଗଲା । ସବୁକିଛି ଯେମିତି କିଛି ମିନିଟ୍ ଭିତରେ ଓଲଟପାଲଟ ହୋଇଗଲା। ଦୁର୍ଘଟଣା ପରେ ତୁରନ୍ତ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଏନଡିଆରଏଫ ଓ ଅଗ୍ନିଶମ ବାହିନୀର ସଦସ୍ୟ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଜଣକ ପରେ ଜଣେ ଆହତଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଗଲା । ଜଣେ ଗୁରୁତର ଯାତ୍ରୀଙ୍କୁ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଅନ୍ୟ ୬ ଆହତଙ୍କ ଚିକିତ୍ସା ଚାଲିଛି। ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି ।


ତେବେ ଦୁର୍ଘଟଣା କେମିତି ଘଟିଲା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରେନ୍ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିନ୍ତାପ୍ରକଟ କରିଛନ୍ତି । ଏହାସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଟୁଇଟ୍ କରି ଚିନ୍ତାପ୍ରକଟ କରିବା ସହ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଥିବା କହିଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ୫ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ସେପଟେ କାମାକ୍ଷା ଏକ୍ସପ୍ରେସରେ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି, ଯାହା ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ଗୌହାଟୀକୁ ନେଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ରବିବାର କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏହି ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଫସି ରହିଥିବା ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି। 

Sponsored
train-derailment-incident-home-of-deceased-passengers-in-west-bengal | Argus News