Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପୁରୀରୁ କୋଣାର୍କକୁ ହେବ ରେଳ ଚଳାଚଳ

Odisha

ପୁରୀରୁ କୋଣାର୍କକୁ ହେବ ରେଳ ଚଳାଚଳ

Rashmita Mishra
Browse all articles by Rashmita Mishra
·1 year ago
ପୁରୀରୁ କୋଣାର୍କକୁ ହେବ ରେଳ ଚଳାଚଳ

ଖୁବଶୀଘ୍ର ପୁରୀରୁ କୋଣାର୍କକୁ ରେଳ ଚଳାଚଳ କରିବ। ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୨ ରୁ ୧୬ ମାସ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ପରେ ରେଳ ଚଳାଚଳ ନେଇ ଆରମ୍ଭ ହେବ କାର୍ଯ୍ୟ। ପୁରୀ ଗସ୍ତରେ ଆସି ରେଳ ଷ୍ଟେସନର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ପରେ ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।


ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ପରେ ସିଧାସଳଖ ପୁରୀ ରେଳ ଷ୍ଟେସନକୁ ଆସି ସମସ୍ତ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା ଓ ଅନୁଧ୍ୟାନ କରିଥିଲେ। ପୁରୀ ସାଂସଦ ସମ୍ବିତ ପାତ୍ର, ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଗତ ୨୦୨୩ ମସିହାରୁ ପୁରୀ ରେଳଷ୍ଟେସନର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଖୁବଶୀଘ୍ର ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
train-service-to-run-from-puri-to-konark | Argus News