Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରେଳ ବିଭାଗରୁ ଗ୍ରୀନ ସିଗନାଲ ମିଳିଲେ ବୈଦ୍ଧ ଜିଲ୍ଲାରେ ଗଡ଼ିବ ରେଳ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରେଳ ବିଭାଗରୁ ଗ୍ରୀନ ସିଗନାଲ ମିଳିଲେ ବୈଦ୍ଧ ଜିଲ୍ଲାରେ ଗଡ଼ିବ ରେଳ

ବୌଦ୍ଧ ପୁରୁଣା କଟକ ରେଳ ଷ୍ଟେସନ ଏବେ ସଂପୂର୍ଣ୍ଣ ପ୍ରସ୍ତୁତ। ଟିକେଟ କାଉଣ୍ଟର, ରିଲେ ରୁମ, ଷ୍ଟେସନ ମାଷ୍ଟର ରୁମ, ସିଗ୍ନାଲ ରୁମ, ଷ୍ଟାଫ ରୁମ, ଓ ବ୍ୟାଟେରୀ ରୁମ ସୱୁ ତୟାର । ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇ ପଙ୍ଖା ଓ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ହୋଇସାରିଛି l ପୁରୁଣା କଟକରୁ ବଲାଙ୍ଗିର ଯାଏ ପାସେଞ୍ଜର ଟ୍ରେନ ଚଳାଚଳର ପରୀକ୍ଷା ମଧ୍ୟ ସରିଛି । ରେଳ ଧାରଣାରେ ଘଣ୍ଟାପ୍ରତି ୧୧୦ ବେଗରେ ସଫଳତାର ଦୌଡ଼ିଛି ଟ୍ରେନ୍। ଏବେ ଅପେକ୍ଷା କେବେ ରେଳ ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ପୁରୁଣାକଟକ ଯାଏ ଟ୍ରେନ ଚଳାଚଳ ନେଇ କେବେ ହେଉଛି ଘୋଷଣା। ଏଥିସହ ପୂରଣ ହେବ ବୌଦ୍ଧବାସୀଙ୍କ ଦୀର୍ଘ ଦଶନ୍ଧିର ସ୍ବପ୍ନ। ଯାହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ପୂରା ଜିଲ୍ଲାବାସୀ।

ବୌଦ୍ଧରୁ ପୁରୁଣାକଟକ ଯାଏ ବିଛାଯାଇଥିବା ରେଳ ଧାରଣାରେ ସୁରକ୍ଷାର ଯାଞ୍ଚ ସହ ରେଳ ଚଲାଚଳ ପରୀକ୍ଷା ପାଇଁ ପୂର୍ଵତଟ ରେଳପଥର କମିସନର ଅଫ ରେଲ ସେପ୍ଟି ଓ DRM ସମ୍ବଲପୁର ପୂରା ଟିମ୍ ସହ ଆସିଥିଲେ। ଦୁଇଦିନ ଧରି ଚାଲିଥିଲା ଯାଞ୍ଚ ପ୍ରକ୍ରିୟା । ଏହି ରୁଟରେ ଥିବା ସମସ୍ତ ଲୁହା ବ୍ରିଜ ସହ ଷ୍ଟେସନରେ ଥିବା ସମସ୍ତ ଲୁପ-ଲାଇନ ଓ ମେନ-ଲାଇନ ମଧ୍ୟ ତଦାରଖ କରିଥିଲେ । ଶେଷରେ ପୂଜାର୍ଚ୍ଚନା କରାଯାଇ ପରୀକ୍ଷାମୂଳକ ଟ୍ରେନ ଚଳାଚଳ କରାଯାଇଥିଲା। ପୁରୁଣାକଟକ ଷ୍ଟେସନ ରେ ପ୍ରଥମ ପାସେଞ୍ଜର ଟ୍ରେନ ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଖୁବଶୀଘ୍ର ରେଳ ମନ୍ତ୍ରାଳୟରୁ ଗ୍ରୀନ ସିଗ୍ନାଲ ମିଳିଲେ ପୁରୁଣାକଟକ କୁ ରେଳ ଗଡ଼ିବ ବୋଲି କହିଛନ୍ତି ସମ୍ବଲପୁର DRM ।

ଖୋର୍ଦ୍ଧା- ବଲାଙ୍ଗୀର ରେଲପଥରେ ଆସୁଛି ବୌଦ୍ଧ ଓ ପୁରୁଣାକଟକ ଷ୍ଟେସନ୍। ଏହି ରେଳ ପ୍ରକଳ୍ପ ଅଧିନରେ ସାତଟି ଟର୍ନେଲ ରହିଛି । ସେଥି ମଧ୍ୟରୁ ବୌଦ୍ଧରେ ଚାରଟି ଟର୍ନେଲ କାର୍ଯ୍ୟ ସାରିଥିବା ବେଳେ ଟନେଲ ଭିତରେ ରେଲଧାରଣା ବିଛା କାର୍ଯ୍ୟ ଆରମ୍ଭ ହୋଇଛି l ଏଥିରେ ବଡ ବଡ ମେସିନ ଓ ଶ୍ରମିକ ଲାଗିଛନ୍ତି। ଏହାପରେ ଆରମ୍ଭ ହେବ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ । ବୌଦ୍ଧ ଜିଲାର ଆଡ଼ଣିଗଡଠାରେ ଥିବା ଟନେଲ ଓଡିଶାର ସବୁଠୁ ଲମ୍ବା ବଡ଼ । ଏହାର ଦୂରତା ୪.୧୮୫ କିଲୋମିଟର। ସେହିଭଳି ମାର୍ଦ୍ଧିଙ୍ଗ ଗାଁରେ ନିର୍ମାଣ ହେଉଛି ୨ ଟି ଟନେଲ । ୫ନମ୍ବର ଟନେଲର ଦୂରତା ୦.୩୧୭କି.ମି ରହିଥିବା ବେଳେ ୬ନମ୍ବର ଟରନେଲର ଦୂରତା ୦.୩୧୫କିଲୋମିଟର । ଅନ୍ୟପଟେ ୨୩-ମାଇଲ ସ୍ଥିତ ୭ ନମ୍ବର ଟନେଲର ଉଭୟ ପଟୁ ଫିଟି ସାରିଛି ବାଟ ଯାହାର ଦୂରତା ୧.୯୭୫ କିଲୋମିଟର।

ପୁରୁଣା କଟକ ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହେଲେ ଏହା ବୌଦ୍ଧ ଜିଲ୍ଲା ପାଇଁ ଚରିବ ନୂଆ ଇତିହାସ। ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ଓ ଗମନାଗମନ କ୍ଷେତ୍ରରେ ଜିଲ୍ଲା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
train-will-run-in-boudh-district-of-green-signal-is-received-from-railway-department | Argus News