Ratna Bhandar / ରତ୍ନ ସ୍ଥାନାନ୍ତର ବେଳେ ହେଲା ସମ୍ପୂର୍ଣ୍ଣ ଭିଡିଓଗ୍ରାଫି

Key Points
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା
SOP ଅନୁସାରେ ଶୃଙ୍ଖଳା ଓ ସ୍ବଚ୍ଛତାର ସହ ସରିଲା ସମସ୍ତ ପ୍ରକ୍ରିୟା
ଅନୁଧ୍ୟାନ କଲେ ପ୍ରାଧିକୃତ 11 ଜଣିଆ କମିଟି
ଶ୍ରୀମନ୍ଦିର ଇତିହାସରେ ଆଉ ଏକ ଐତିହାସିକ ଦିନ । ଭିତର ରତ୍ନଭଣ୍ଡାରକୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଛି । ମାତ୍ର 4 ଘଣ୍ଟା ମଧ୍ୟରେ ପୂର୍ଣ୍ଣ ସ୍ୱଚ୍ଛତାର ସହ ଅଳଙ୍କାର ସ୍ଥାନାନ୍ତର ହୋଇଥିବା ବେଳେ ସମସ୍ତ ପ୍ରକ୍ରିୟାର ହୋଇଛି ଭିଡିଓଗ୍ରାଫି । ରାଜ୍ୟ ସରକାରଙ୍କ ନିର୍ଦେଶ ପାଇବାପରେ ରତ୍ନ ଅଳଙ୍କାର ଗଣତିମଣତି କରାଯିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଓ ହାଇଲେବଲ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।
ଯାହାକୁ ନେଇ ଦୀର୍ଘ ଦିନ ହେଲା ଚାଲିଥିଲା ଆଲୋଚନା ଓ ପ୍ରସ୍ତୁତି ଶେଷ ହୋଇଛି ସେହି ପ୍ରକ୍ରିୟା। ଶ୍ରୀମନ୍ଦିର ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି । ଆଜି ପୂର୍ବାହ୍ନ 10.55ରୁ 2.55 4 ଘଣ୍ଟା ମଧ୍ୟରେ ରାଜ୍ୟ ସରକାରଙ୍କ SOP ଅନୁସାରେ ସମ୍ପୃର୍ଣ୍ଣ ଶୃଙ୍ଖଳିତ ଓ ସ୍ବଚ୍ଛତାର ସହ ରତ୍ନ ସ୍ଥାନାନ୍ତରଣ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ସକାଳ ନୀତି ଶେଷ ହେବା ପରେ ସକାଳ 10ଟାରୁ ଶ୍ରୀମନ୍ଦିରରେ ଵନ୍ଦ ହେଲା ସର୍ବସାଧାରଣ ଦର୍ଶନ । ଭିତରେ ଥିଲା କଡ଼ା ସୁରକ୍ଷା ବ୍ୟବସ୍ଥା। ବାହାରେ ବି ପୋଲିସର କଡ଼ା ପହରା। ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କଲେ 11 ଜଣିଆ ତଦାରଖ କମିଟି । ଭିତରକୁ ଯିବା ପୂର୍ବରୁ ଜିଲ୍ଲାପାଳ ଓ ଏସପି ମହାପ୍ରଭୁଙ୍କ ଶରଣ ପଶିଲେ । ଜିଲ୍ଲା ଟ୍ରେଜେରୀରୁ ରତ୍ନଭଣ୍ଡାର ଚାବି ନେଇ ଗଲେ ନୀତି ପ୍ରଶାସକ । ସକାଳ 10.55ରେ ଆରମ୍ଭ ହେଲା ପ୍ରକ୍ରିୟା, ପ୍ରଥମେ ଅସ୍ଥାୟୀ ରତ୍ନଭଣ୍ଡାର ତଥା ଖଟଶେଜ ଘରେ 6ଟି ଆଲମିରାରେ ଥିବା ସବୁ ଅଳଙ୍କାର ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେଲା । ପରେ ଚାଙ୍ଗଡ଼ା ଘରୁ ସବୁ ଅଳଙ୍କାରକୁ ବାହାର ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେଲା । ପ୍ରକ୍ରିୟା ସରିବା ପରେ ଜିଲ୍ଲା ଟ୍ରେଜେରୀରେ ଚାବି ଦାଖଲ କରାଗଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କରାଯିବ ରତ୍ନ ଗଣତି ମଣତି।
📱 Get Argus News App
✨Related Topics
Explore more stories