Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାବିତ୍ରୀରେ ଏକାଠି ହେଲେ କିନ୍ନର, ପୂଜା କଲେ ଶଙ୍ଖା ସିନ୍ଦୁର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସାବିତ୍ରୀରେ ଏକାଠି ହେଲେ କିନ୍ନର, ପୂଜା କଲେ ଶଙ୍ଖା ସିନ୍ଦୁର

Key Points

କିନ୍ନର ପାଳିଲେ ସାବିତ୍ରୀ ବ୍ରତ । ବଟ ବୃକ୍ଷ ତଳେ ଏକାଠି ହୋଇ ପୂଜା କଲେ ଶଙ୍ଖା ସିନ୍ଦୁର। ଆଜି ସାବିତ୍ରୀ ବ୍ରତ।ବିଭିନ୍ନ ମନ୍ଦିର ଗୁଡିକରେ ମହିଳା ବ୍ରତଧାରୀଙ୍କ ଭିଡ ଲାଗିଛି ।

କିନ୍ନର ପାଳିଲେ ସାବିତ୍ରୀ ବ୍ରତ । ବଟ ବୃକ୍ଷ ତଳେ ଏକାଠି ହୋଇ ପୂଜା କଲେ ଶଙ୍ଖା ସିନ୍ଦୁର। ଆଜି ସାବିତ୍ରୀ ବ୍ରତ।ବିଭିନ୍ନ ମନ୍ଦିର ଗୁଡିକରେ ମହିଳା ବ୍ରତଧାରୀଙ୍କ ଭିଡ ଲାଗିଛି । ହିନ୍ଦୁ ସଧବା ମହିଳାମାନେ ହାତରେ ଶଙ୍ଖା ଓ ସିନ୍ଦୂର ସହ ନୂଆ ବସ୍ତ୍ର ନେଇ ପୂଜା କରୁଥିବା ବେଳେ କିନ୍ନର ମାନେ ମଧ୍ୟ ଏହି ବ୍ରତ ପାଳନ କରିଛନ୍ତି। ଭୁବନେଶ୍ୱର ପଳାସପଲ୍ଲୀରେ କିନ୍ନର ମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।ବଟ ବୃକ୍ଷ ତଳେ ବହୁ ସଂଖ୍ୟାରେ କିନ୍ନର ଏକାଠି ହୋଇ ପୂଜା କରିଛନ୍ତି, ଶଙ୍ଖା ସିନ୍ଦୁରରୁ ନେଇ ଫଳମୂଳ ଓ ନୂଆ ବସ୍ତ୍ର ଦେଇ ନିଜର ଗୁରୁ ତଥା ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି କିନ୍ନର ମାନେ ବ୍ରତ ପାଳିଛନ୍ତି।


ଏହି ସାବିତ୍ରୀ ବ୍ରତକୁ ସେମାନେ ଗୁରୁଶିଷ୍ୟ ପରମ୍ପରା ବୋଲି ମାନିଥାନ୍ତି । ଖାଲି ସେତିକି ନୁହେଁ ସେମାନେ ଗୁରୁଙ୍କୁ ହିଁ ତାଙ୍କର ପରିବାର ମାନନ୍ତି । ତେଣୁ ତାଙ୍କର ମଙ୍ଗଳ କାମନା କରି ଏହି ସାବିତ୍ରୀ ବ୍ରତ କରିଥାନ୍ତି ବୋଲି କିନର ମାନେ କହିଛନ୍ତି। ପୂଜାର୍ଚ୍ଚନା ଶେଷରେ କିନ୍ନର ମାନଙ୍କୁ ମୀରା ପରିଡ଼ା ସିନ୍ଦୁର ଲଗାଇଥିଲେ, ଏବଂ ସେମାନେ ସେମାନଙ୍କର ଗୁରୁ ମୀରା ମାଆଙ୍କ ଠୁ ଆଶ୍ରୀବାଦ ନେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Transgender celebrate sabitri festival | Argus News