Videos
|
Odisha

ପରିବହନ ଟିକସ ବକେୟା ଥିଲେ କଟିବ ମୋଟା ଅଙ୍କର ଚାଲାଣ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପରିବହନ ଟିକସ ବକେୟା ଥିଲେ କଟିବ ମୋଟା ଅଙ୍କର ଚାଲାଣ

Key Points

ପରିବହନ ଟିକସ ବକେୟା ଥିଲେ ସାବଧାନ

ନହେଲେ କଟିବ ମୋଟା ଅଙ୍କର ଚାଲାଣ

୨୮ ହଜାର ଗାଡ଼ି ଉପରେ ପ୍ରାୟ ୧୦୦୦ କୋଟିର ଟିକସ ବାକି

ଟିକସ ଆଦାୟ ପାଇଁ ପରିବହନ ବିଭାଗ ଆରମ୍ଭ କଲା ଅଭିଯାନ

ଭୁବନେଶ୍ଵର: ପରିବହନ ଟିକସ ବକେୟା ଥିଲେ ହୋଇଯାଆନ୍ତୁ ସାବଧାନ । ନହେଲେ କଟିବ ମୋଟା ଅଙ୍କର ଚାଲାଣ। ରାଜ୍ୟରେ ୨୮ ହଜାର ଗାଡ଼ି ଉପରେ ପ୍ରାୟ ୧୦୦୦ କୋଟିର ଟିକସ ବାକି । ଟିକସ ଆଦାୟ ପାଇଁ ପରିବହନ ବିଭାଗ ଆରମ୍ଭ କଲା ଅଭିଯାନ ।


ପରିବହନ ଟିକସ ବକେୟା ଥିବା ଗାଡି ଓ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ରାଜ୍ୟ ପରିବହନ ବିଭାଗ । ଶନିବାରଠାରୁ ଆରମ୍ଭ ହୋଇଛି ଏହି ଧରପଗଡ଼ । ଗାଡ଼ି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଟିକସ ବାକି ଥିବା ଗାଡ଼ି ଗୁଡ଼ିକୁ ଜବତ କରାଯାଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡ଼ି ମଟର ଯାଞ୍ଚ କରାଯିବା ସହ ପ୍ରଥମ ଦିନରେ ୧୫ଟି ଗାଡ଼ି ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏଥି ସହ ଟିକସ ବକେୟା ଥିବା ବହୁ ଗାଡ଼ିକୁ ଜବତ କରାଯାଇଛି । ଅଧିକ ଟିକସ ବକେୟା ଥିଲେ ଗାଡ଼ି ମାଲିକଙ୍କ ସମ୍ପତ୍ତି ଜବତ କରାଯାଇ ଦେୟ ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ଅଧିକାରୀ ।


ପୂର୍ଵରୁ ଅଫଲାଇନରେ ଗାଡ଼ି ଟିକସ ଜମା କରାଯାଉଥିବାରୁ ବକେୟା ସମ୍ପର୍କିତ ସଠିକ୍ ତଥ୍ୟ ଜଣାପଡୁ ନଥିଲା । କିନ୍ତୁ ଏବେ ଅନଲାଇନ୍ ହେବା ପରେ ସମସ୍ତ ଗାଡ଼ିର ସୂଚନା ଜଣା ପଡୁଛି । ସେହି ଆଧାରରେ ଟିକସ ଦେଇନଥିବା ଗାଡ଼ି ମାଲିକଙ୍କ ତାଲିକା ପ୍ରସ୍ତୁତ କରିଛି ପରିବହନ ବିଭାଗ ।


ରାଜ୍ୟରେ ଏବେ ପ୍ରାୟ ୨୮ ହଜାର ଗାଡ଼ି ଉପରେ ବକେୟା ରହିଛି ପ୍ରାୟ ୧ ହଜାର କୋଟିର ଟିକସ । କେବଳ କଟକ ଜିଲ୍ଲାରେ ୭୪୫୬ ଗାଡ଼ି ଟିକସ ଜମା କରି ନଥିବା ଜଣା ପଡ଼ିଛି । ସେମାନଙ୍କ ଉପରେ ପ୍ରାୟ ୨୫୫ କୋଟି ଟଙ୍କାର ଟିକସ ବକେୟା ରହିଛି ।


ସବୁ ଗାଡି ମାଲିକଙ୍କୁ ବକେୟା ଜମା ପାଇଁ OTS ବ୍ୟବସ୍ଥା ଲାଗୁ କରାଯାଇଛି । ଏଥିପାଇଁ ମାର୍ଚ୍ଚ ୩୧ ଶେଷ ତାରିଖ ଭାବେ ଘୋଷଣା କରାଯାଇଛି । ଏହା ପୂର୍ଵରୁ ଖିଲାପି ଗାଡ଼ିମାଲିକଙ୍କୁ ବକେୟା ଜମା ପାଇଁ ଶେଷ ସୁଯୋଗ ଦିଆ ଯାଇଛି ।