Videos
|
Odisha

Green Sticker / ଗ୍ରୀନ ଷ୍ଟିକରକୁ ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

Rashmita Mishra
Browse all articles by Rashmita Mishra
·7 months ago·2 min read
ଗ୍ରୀନ ଷ୍ଟିକରକୁ ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା
Green Sticker

Key Points

ବାଧ୍ୟତାମୂଳକ ନୁହେଁ ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା । 
ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ । 
କହିଲେ, ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, ଏଥି ପାଇଁ ଦେବାକୁ ପଡ଼ିବନି କୌଣସି ଦେୟ । 
   

ଜାନୁଆରୀ ୧୦ ତାରିଖରୁ ପଲ୍ୟୁସନ୍‌ ଟେଷ୍ଟିଂ ସେଣ୍ଟରରେ ମିଳିବ ଗ୍ରୀନ୍ ଷ୍ଟିକର । ଏନେଇ ଘୋଷଣା କରିଛି ଓଡ଼ିଶା ରାଜ୍ୟ ପରିବହନ ବିଭାଗ । ଗ୍ରୀନ୍‌ ଷ୍ଟିକରରେ ଗାଡ଼ି ନମ୍ବର ସହ PUC ସାର୍ଟିଫିକେଟର ଅବଧି ସମ୍ପର୍କରେ ମିଳିବ ତଥ୍ୟ ।

କିନ୍ତୁ ବର୍ତ୍ତମାନ ସମୟରେ ଗ୍ରୀନ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ପରିବହନ ମନ୍ତ୍ରୀ । ବିଭୂତି ଭୂଷଣ ଜେନାଙ୍କ କହିବା ଅନୁସାରେ, ଏହି ମାସରେ ସମସ୍ତ ଆରଟିଓକୁ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ କୌଣସି ଅତ୍ୟଧିକ ଟେନସନ୍ ନେବାର ଆବଶ୍ୟକତା ନାହିଁ ।

ତେବେ ପୂର୍ବରୁ ଏକ ଗୁଜବ ରହିଥିଲା ଯେ, ଗାଡ଼ିରେ ଗ୍ରୀନ ଷ୍ଟିକର ନଲଗାଇଲେ ତେଲ ମିଳିବ ନାହିଁ । କିନ୍ତୁ ଏହାକୁ ମନ୍ତ୍ରୀ ଖଣ୍ଡନ କରି ଗୁଜବ କହିଛନ୍ତି । ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ ରହିଛି ସେମାନେ ଏହି ଗ୍ରୀନ ଷ୍ଟିକର ଆରଟିଓରୁ ନେଇପାରିବେ ।

ତେବେ ଯେଉଁମାନେ ୧୦ ତାରିଖ ପରେ ପଲ୍ୟୁସନ ସାର୍ଟିଫିକେଟ କରିବେ ସେମାନଙ୍କୁ ପିୟୁସିସି ସେଣ୍ଟରରେ ଗ୍ରୀନ ଷ୍ଟିକର ମିଳିବ । ତେବେ ଗ୍ରୀନ ଷ୍ଟିକର ଦିଆଯିବା ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ, ଆରସି ତଥା ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ । ତେବେ ଆରଟିଓ ଅଫିସ ଯାଇ ଗ୍ରୀନ ଷ୍ଟିକର ଆଣିବା ସମୟରେ ଅରିଜିନାଲ ପିୟୁସିସି କପି, ଆରସି ଏବଂ ପରିଚୟ ପତ୍ର ଦେଖାଇବାକୁ ହେବ ।

ଚାରି ଚକିଆ ଗାଡ଼ିର ଫ୍ରଣ୍ଟ ୱିଣ୍ଟୋ ସ୍କ୍ରିନ୍‌ ବାମ କୋଣରେ ଲଗାଇବେ ଗ୍ରୀନ୍ ଷ୍ଟିକର । ସେହିପରି ଦୁଇ ଚକିଆ ଗାଡ଼ିରେ ବାହାରକୁ ଦେଖାଗଲା ଭଳି ଗ୍ରୀନ୍ ଷ୍ଟିକର ଲଗାଇବେ । ଷ୍ଟିକରରେ ଗାଡ଼ି ନମ୍ବର, PUCCର ବୈଧ ତାରିଖ, ଟେଷ୍ଟିଂ ସେଣ୍ଟର ନାଁ ରହିବ । ଗ୍ରୀନ ଷ୍ଟିକରରେ କଳା ପରମାନେଣ୍ଟ ମାର୍କର ପେନରେ ତଥ୍ୟ ଲେଖାଯିବ ।

ଗ୍ରୀନ ଷ୍ଟିକରରେ ଓଭର ରାଇଟିଂ କିମ୍ବା କୌଣସି ସଂଶୋଧନ ହେବ ନାହିଁ । PUC ସାର୍ଟିଫିକେଟ୍ ନ କରି ଗ୍ରୀନ ଷ୍ଟିକର ଲଗାଇଲେ ଫାଇନ୍ ଲାଗିବ । ଷ୍ଟିକର୍ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ VAHAN ଡାଟାବେସ୍ରେ ଥିବା ରେକର୍ଡକୁ ଯାଞ୍ଚ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Green Sticker | Transport Minister Issues Major Update on Green Sticker Rule | Argus News