Videos
|
Odisha

କଟକ ସିଗ୍ନେଚର ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sangram Tripathy
Browse all articles by Sangram Tripathy
·2 years ago·1 min read
କଟକ ସିଗ୍ନେଚର ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ:କଟକ ସିଗ୍ନେଚର ସାମାଜିକ ଅନୁଷ୍ଠାନ ପକ୍ଷରୁ ପଞ୍ଚମ ତମ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ପାଳନ କରାଯାଇଛି। ଜାତିସଂଘ ଶାଖା IFUNA ଓ  UFUNAର ଭାରତୀୟ ସଦସ୍ୟ ଡଃ ଦୀପାୟନ ପଟ୍ଟନାୟକଙ୍କ ଦ୍ବାରା ଦେଉଳ ସାହି ସ୍ଥିତ ମା ଶାରଳା ବିଦ୍ୟା ମନ୍ଦିରର ପ୍ରାଙ୍ଗଣରେ ଛାତ୍ରଛାତ୍ରୀମାନଙ୍କୁ ନେଇ ସୁସ୍ଥ ପରିବେଶ ଗଠନ ଓ ବୃକ୍ଷର ଉପାଦେୟତା ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ  ସମସ୍ତଙ୍କୁ ଚାରାବଣ୍ଟ କରାଯାଇଥିଲା।

ଅନ୍ୟପଟେ ବିଜୁ ପଟ୍ଟନାୟକ ଛକ ସାରଳା ଭବନ ନିକଟରେ କମିଟି ସଦସ୍ୟମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାସ ସିଂହ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପରିବେଶବିତ ଉଦ୍ଭିଦ ବିଜ୍ଞାନୀ ଅଧ୍ୟାପକ ଡକ୍ଟର ଏକେ ଖିଲାର,କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପବିଭାଗୀୟ ଅଧିକାରୀ ଗୁରୁ ଗୋବିନ୍ଦ ଦଳାଇ କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା, ଓ ବିଜୁ ପଟ୍ଟନାୟକ ଛକ ବଜାର କମିଟି ସମ୍ପାଦକ ସତ୍ୟବ୍ରତ ରଣା ପ୍ରମୁଖ ଯୋଗଦେଇଥିଲେ। ତୃତୀୟ ତଥା ପ୍ରତିଷ୍ଠା ଦିବସରେ କଟକ ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ, ବକ୍ସି ବଜାର ବାବା ଅମରେଶ୍ୱର, ଗୋପାଳପୁର ଦଣ୍ଡା ମହାବୀର ହନୁମାନ ଓ ବାଲୁ ବଜାର ମା ବିନୋଦ ବିହାରୀ ଦୁର୍ଗା ଠାକୁରାଣୀଙ୍କ ପୀଠରେ ପୂଜାଅର୍ଚ୍ଚନା କରାଯାଇଥିଲା।

ଶେଖ ବଜାରସ୍ଥିତ ଏକ ଆଶ୍ରମରେ ଅନ୍ତେବାସୀ ମାନଙ୍କୁ ରାତ୍ର ଭୋଜନ କମିଟି ପକ୍ଷରୁ ଯୋଗାଇ ଦିଆଯାଇଥିଲା ଓ ମା କଟକ ଚଣ୍ଡୀ ମନ୍ଦିର ମୁଖ୍ୟ ପୂଜକଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କଟକ ସିଗ୍ନେଚର ସାମାଜିକ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Tree plantation program by Cuttack Signature Institute | Argus News