Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jaga Darshan / ଠେଲା ପେଲାରୁ ମିଳିବ ମୁକ୍ତି, ଶୃଙ୍ଖଳିତ ହେବ ନୀତିକାନ୍ତି

Smruti Parija
Browse all articles by Smruti Parija
·10 months ago·2 min read
ଠେଲା ପେଲାରୁ ମିଳିବ ମୁକ୍ତି, ଶୃଙ୍ଖଳିତ ହେବ ନୀତିକାନ୍ତି

Key Points

ଶ୍ରୀମନ୍ଦିରର ନୀତି, ଦର୍ଶନ ଓ ସୁରକ୍ଷାକୁ ଗୁରୁତ୍ବ
ଧାଡି ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟିର ଅନୁମୋଦନ
ନାଟମଣ୍ଡପରେ ପରୀକ୍ଷା ମୁଳକ ଭାବେ ହେବ ଧାଡି ଦର୍ଶନ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଠେଲା ପେଲାରୁ ମିଳିବ ମୁକ୍ତି । ଶୃଙ୍ଖଳିତ ହେବ ନୀତିକାନ୍ତି। ଏଥିସହ ଶ୍ରୀମନ୍ଦିର ସୁରକ୍ଷାର ମଧ୍ୟ ରହିବ ଗ୍ୟାରେଣ୍ଟି । ନୂଆ କରି ଗଠନ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରେ ଆଜି ଏ ସବୁ ପ୍ରସଙ୍ଗରେ ହୋଇଛି ବଡ଼ ନିଷ୍ପତ୍ତି । ନାଟମଣ୍ଡପରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ଏଥିପାଇଁ ରାମ୍ପ ପ୍ରସ୍ତୁତି ସରିଛି। ବ୍ୟବସ୍ଥା କେମିତି କାର୍ଯ୍ୟକାରୀ ହେବ ସେ ନେଇ ଅନୁଧ୍ୟାନ କରିବାକୁ ଗଠନ କରାଯାଇଛି ସ୍ବତନ୍ତ୍ର କମିଟି। ଯାହା ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ପ୍ରସ୍ତୁତ କରିବେ SOP।


ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ଚାରିଟି ସ୍ଥାୟୀ କମିଟିକୁ ମିଶାଇ ଗଠନ ହୋଇଛି ୧୪ଟି ସବ କମିଟି । ନାଟମଣ୍ଡପରେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନର ବ୍ୟବସ୍ଥାକୁ ଅନୁମୋଦନ ଦେଇଛି ପରିଚାଳନା କମିଟି । ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ରାମ୍ପ ବ୍ୟବସ୍ଥା ସହ ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାକୁ ମିଳିଛି ଗ୍ରୀନ ସିଗନାଲ । ଶ୍ରୀ ମନ୍ଦିରର ସୁରକ୍ଷା ନେଇ ପ୍ରଥମଥର ପାଇଁ ଗଠନ ହୋଇଛି ସବ କମିଟି । ଡ଼ଃ ଗିରିଶ ମୁର୍ମୁ ଏହି ସୁରକ୍ଷା ସବ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଦିନିଆ ରଥଯାତ୍ରାକୁ ନେଇ ପରିଚାଳନା କମିଟି ବୈଠକରେ ହୋଇଥିଲା ଆଲୋଚନା । ଅନ୍ୟ ତିଥିରେ ରଥ ଯାତ୍ରା କରିବା ତଥା ଦୀଘାରେ ଜଗନ୍ନାଥ ଧାମ ନାମର ବ୍ୟବହାରକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ କମିଟିର ସଦସ୍ୟ । 6 ତାରିଖରେ ଏ ନେଇ ଗଜପତି ମହାରାଜ ପ୍ରେସ ମିଟ କରିବେ ଓ ଇସ୍କନ ଗର୍ଭିଂ ବଡି ପାଖକୁ ମନ୍ଦିର ପ୍ରଶାସନର ଆପତ୍ତି ପଠାଯିବ । ଜଗନ୍ନାଥ ଧାମ ଶଦ୍ଦ ଅପବ୍ୟବହାର ନେଇ ଆଇନଗତ ପ୍ରତିକାର କରିବାକୁ ସରକାରୀ ସ୍ତରରେ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।


ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରେ ଅନୁମୋଦନ ପାଇଥିବା ସ୍ଥାୟୀ କମିଟି ଗୁଡିକ ହେଲା ନୀତିସବକମିଟି, ଅର୍ଥ ସବକମିଟି, ରତ୍ନ ଭଣ୍ଡାର ସବ କମିଟି ଓ ଅପିଲ ସବକମିଟି । ଏଥିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହା କାର୍ଯ୍ୟକାରୀ ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଦର୍ଶନ ମଧ୍ୟ ଶୃଙ୍ଖଳିତ ହେବ ବୋଲି ଆଶା କରାଯାଉଛି ।

Related Topics

Explore more stories

Sponsored