ରାସ୍ତା ସମସ୍ୟା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ପରିବାର

ମୟୁରଭଞ୍ଜ/କନ୍ଧମାଳ: ପ୍ରକୃତି କୋଳରେ ବିତୁଛି ଅଭିଶପ୍ତ ଜୀବନ। ନା ଅଛି ରାସ୍ତା ନା ମିଳୁଛି ଶୁଦ୍ଧ ପାନୀୟ ଜଳ । ଗାଁକୁ ଲାଗି କୂଳୁକୂଳୁ ହୋଇ ବୋହି ଯାଉଛି ନଦୀ। ମାତ୍ର ଘାଁରେ ଘାରିଛି ପିଇବା ପାଣଇ ସମସ୍ୟା। ଶିକ୍ଷା ,ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ଏହି ଦୁର୍ଗମ ଅଂଚଳରେ ଅପହଞ୍ଚ। ଏଭଳି ପାହାଡିଆ ଗାଁ ହେଉଛି ଟମକଶିଳା।
ପଞ୍ଚାୟତ କାର୍ଯ୍ୟାଳୟ ଠାରୁ 10 କିମି ଦୂରରେ ଅବସ୍ଥାପିତ ଏହି ଗାଁ କୁ ଯିବାକୁ ହେଲେ ଉତ୍ତରାସ ଠାରୁ 3 କିଲୋମିଟର ଘଞ୍ଚ ଜଙ୍ଗଲ ମଝିରେ ଅଙ୍କାବଙ୍କା ସଂକୀନ୍ନ ପଥୁରିଆ ପାଦଚଲା ରାସ୍ତା ରେ ପାହାଡ଼ ଅତିକ୍ରମ କରିବାକୁ ପଡେ । ସ୍ୱାଧିନତାର ଦୀର୍ଘ ବର୍ଷ ପରେବି ଏଠି ବିକାଶ ତ ଦୁରର କଥା ମୌଳିକ ସମସ୍ୟାର ସମାଧାନ ହୋଇ ପାରିନି। ଗାଁ ରେ ପାଖା ପାଖି ୩୦ପରିବାର ରହୁଥିବା ବେଳେ ଆଜି ଯାଏଁ ଏଠି ରାସ୍ତା ସଂଯୋଗ ହୋଇ ପାରିନି। ଗାଁ ପାଖରେ ଲାଗି ରହିଛି ନଦୀ। ଯାହା ଉପରେ ରାସ୍ତା କି ବ୍ରିଜ ନାହିଁ। ନଦୀ ପଠା ଦେଇ କାଠ ଗଣ୍ଡି ପଡ଼ିଥିବା ରାସ୍ତା ଦେଇ ଯିବା ଆସିବା କରନ୍ତି ଅଞ୍ଚଳବାସୀ। ଟମକଶିଳାରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇନି।
ଆଜିବି ଗାଁ ନିକଟରେ ଥିବା ନଦୀ ପାଣି ଏମାନଙ୍କ ଭରସା। ଆଜିବି ଗାଁର ଏକାଧିକ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିନାହିଁ। ଯେଉଁ ମାନଙ୍କୁ ମିଳିଛି ସେମାନଙ୍କୁ ଘର ତିଆରି ପାଇଁ ସାମଗ୍ରୀ ଆଣିବା ପାଇଁ ରାସ୍ତା ନଥିବାରୁ ଘର କାମ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ଗାଁରେ ଅଙ୍ଗନୱାଡି କେନ୍ଦ୍ର ନାହିଁ କି ସ୍କୁଲ ନାହିଁ ଫଳରେ ଶିଶୁ ଓ ଗର୍ଭବତୀ ମହିଳାମାନେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି l ଶିକ୍ଷାର ଅଭାବରୁ ଭାଷାଗତ ଉପୁଜେ । ମାତ୍ର ଶିକ୍ଷିତ ହେବା ପାଇଁ ଏଠି ନାହିଁ ବିଦ୍ୟାଳୟ।ଉପାନ୍ତରେ ଅଣଦେଖାର ଶିକାର ଟମକଶିଳା। ଏଠି ଗାଁକୁ ସଂଯୋଗ ହୋଇ ପାରୁନି ରାସ୍ତା ଫଳରେ ପହଞ୍ଚିପାରୁନି ବିକାଶର ଗାଡି।
ଠିକ ସେହିପରି ଅପହଞ୍ଚ ଗାଁ ଗଡ଼ାଙ୍ଗି, ଯେଉଁଠି ମାଟି ଲେସରା ଚାଳଘର ଆଉ ନାଳ ପାଣିରେ କଟେ ଜୀବନ। ଏଇ ଘରେ ଆଜିବି ସରକାରୀ ସୁବିଧାର ସ୍ବପ୍ନ ଦେଖନ୍ତି ନିରିହ ଆଦିବାସୀ। କନ୍ଧମାଳ ସୁଡ୍ରା ପଂଚାୟତର ଗଡ଼ାଙ୍ଗିଗାଁ । ଗାଁ କୁ ଯିବାକୁ ହେଲେ ମୁଖ୍ୟ ସଡ଼କ ଠାରୁ ପାଖାପାଖି 4 କିଲୋମିଟର ପଥୁରିଆ ଖାଲ ଢିପ ଜଙ୍ଗଲ ମାଟି ରାସ୍ତା ଦେଇ ଯିବାକୁ ପଡେ। ରାସ୍ତା ଏମିତି ପୁରା ବିପଦଶଙ୍କୁଳ। ଏଥିପାଇଁ ବୋଧେ ଆଜିବି ଗାଁ କୁ ଜରୁରୀ ସେବା ପହଞ୍ଚି ପାରିନି । ଆଜି ପର୍ଯ୍ୟନ୍ତ ଗଡ଼ାଙ୍ଗିରେ ମୋଟର ଗାଡ଼ି ଟିଏ ଗଡିନି ।
22ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ପାଇଁ ବିଶୁଦ୍ଧ ପାନୀୟ ଜଳ ସାତ ସପନ। ଗାଁରେ ସରକାରୀ ନଳକୂପ ଅଛି କିନ୍ତୁ ଏହା ବ୍ୟବହାର କରାଯାଏ ନାହିଁ। ଫଳରେ ଗାଁ ମୁଣ୍ଡ ରେ ଥିବା ନାଳ ପାଣିରୁ ପାଣି ଆଣି ବ୍ୟବହାର କରନ୍ତି ଅଞ୍ଚଳବାସୀ। ନାଳ ପାଣି ଗୋଳିଆ ବାହାରିଲେ ଗଛ କୋରଡ ଚୁଆରୁ ପାନୀୟ ଜଳ ସଂଗ୍ରହ କରନ୍ତି ନିରୀହ ଆଦିବାସୀ।
ଆଜିବି ଗଡ଼ାଙ୍ଗି ଗାଁ କୁ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ। ସନ୍ଧ୍ୟା ହେବା କ୍ଷଣି ତାଟି କବାଟ ବନ୍ଦ କରି ଅନ୍ଧାରୀ ଜୀବନ ବିତାନ୍ତି ଅଞ୍ଚଳବାସୀ । ଡିବିରି ଆଲୁଅର ସାହା ଭରଷା ରେ ରାତି କଟି ଯାଏ। ଏହା ବ୍ୟତିତ ଗାଁରେ ଶିକ୍ଷାସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଉତ୍କଟତର । ମାତ୍ର ଆଜି ଯାଏଁ ଏହାର ସମାଧାନ ପାଇ କେହି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।
ନାହିଁ ନାହିଁର ଗାଁ। ସରକାରୀ ଯୋଜନା ଏଠି ଆକାଶ କଇଁଆ। ଦୁଃଖର ବିସୟ ଆଜି ଯାଏ କୌଣସି ପ୍ରଶାସନିକ ଅଧିକାରୀ କି ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କ ପାଦ ବି ଗାଁରେ ପଡିନି ।