ପଟ୍ଟା ନଥିବାରୁ ବେଘର ହେଲେ ଆଦିବାସୀ ପରିବାର

Key Points
ଭୂମିହିନଙ୍କ ଉପରେ ବନ ବିଭାଗର ଜୁଲୁମ
ଅଧିକାରୀ ଆସିଲେ, ଦେଖିଲେ, ଘର ଭାଙ୍ଗିଲେ
ପଟ୍ଟା ନଥିବାରୁ ବେଘର ହେଲେ ଆଦିବାସୀ ପରିବାର
ଜଙ୍ଗଲ ଜମି ଅଧିକାର ଆଇନ କେଉଁ କାମକୁ ?
ଅର୍ଗସ ବ୍ୟୁରୋ: ଭବାନୀପାଟଣା ଯୁଗସାଇପାଟଣା ପଞ୍ଚାୟତର ନେହେଲେର ଆଦିବାସୀ ଦୀର୍ଘବର୍ଷରୁ ଦେଦର ପଞ୍ଚାୟତର ବାଞ୍ଜିବାହାଲ କରାଡୋଙ୍ଗରି ଠାରେ ରହି ଆସୁଛନ୍ତି। ପ୍ରାୟ ୧୫ ପରିବାର ଏଠାର କୁଡ଼ିଆ କରି ରହି ଆସୁଛନ୍ତି । ଏହି ଗରିବ ଆଦିବାସୀ ମାନେ ଏଠାରେ ଦୀର୍ଘବର୍ଷ ରହିବା ପରେ ଏମାନଙ୍କୁ ଆଧାରକାର୍ଡ, ଭୋଟର ପରିଚୟ ପତ୍ର ସହିତ ରାସନକାର୍ଡ ଯୋଗାଇ ଦିଆଯାଉଛି । ବୃଦ୍ଧବୃଦ୍ଧା ମାନେ ଭତ୍ତା ମଧ୍ୟ ପାଉଛନ୍ତି। ନିର୍ବାଚନ ସମୟରେ ଭୋଟ ମଧ୍ୟ ଦେଉଛନ୍ତି । ମାତ୍ର କିଛି ଦିନ ତଳେ ଜୁନାଗଡ଼ ବନ ବିଭାଗ ପକ୍ଷରୁ ଆଦିବାସୀ ମାନେ ନିର୍ମାଣ କରିଥିବା ଘରକୁ ବେଆଇନ ଦର୍ଶାଇ ଭାଙ୍ଗି ଦିଆଯାଇଛି। ଫଳରେ ଏହି ଗରିବ ପରିବାର ରାସ୍ତା ଉପରକୁ ଚାଲି ଆସିଛନ୍ତି।
ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ୨୦୦୬ ମସିହାରେ ଜଙ୍ଗଲ ଜମି ଅଧିକାର ଆଇନ ପ୍ରଣୟନ କରାଯାଇଛି । ବ୍ଲକ ମଙ୍ଗଳ ବିଭାଗ, ବନ ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ ଚିହ୍ନଟ କରି ସ୍ବତନ୍ତ୍ର ଗ୍ରାମସଭା କରି ଜଙ୍ଗଲଜମି ପଟ୍ଟା ପ୍ରଦାନ କରିବା ନିୟମ ମଧ୍ଯ ରହିଛି । ମାତ୍ର ଏଠାରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ଜମି ପଟ୍ଟା ନଥିବାରୁ ଗରିବ ଆଦିବାସୀଙ୍କ କରାଯାଇଛି ବେଘର।
📱 Get Argus News App
✨ଆଦିବାସୀ ମାନଙ୍କ ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଥିଲେ ହେଁ ଆଦିବାସୀ ମାନେ ହିଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଅଧିକାରୀ ମାନେ ଆଦିବାସୀ ମାନଙ୍କ ପ୍ରତି ଜୁଳୁମ କରୁଥିବା ବେଳେ ଅଞ୍ଚଳରେ ପ୍ରତିନିଧିତ୍ତ୍ବ କରୁଥିବା ନିର୍ବାଚିତ ପ୍ରତିନିଧି ଠାରୁ ଆରମ୍ଭ କରି ରାଜନେତା ମାନେ ମଧ୍ୟ ସ୍ଥାଣୁ ପାଲଟିଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: