Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉଦଯାପିତ ହେଲା ଆଦିବାସୀ ମେଳା ୨୦୨୫

Smruti Parija
Browse all articles by Smruti Parija
·1 year ago·1 min read
ଉଦଯାପିତ ହେଲା ଆଦିବାସୀ ମେଳା ୨୦୨୫

Key Points

ଉଦଯାପିତ ହେଲା ଆଦିବାସୀ ମେଳା ୨୦୨୫। ଚଳିତ ବର୍ଷ ଆଦିବାସୀ ମେଳାରେ ୮ କୋଟି ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବେପାର ହୋଇଛି ।

ଭୁବନେଶ୍ୱର: ଉଦଯାପିତ ହେଲା ଆଦିବାସୀ ମେଳା ୨୦୨୫। ଚଳିତ ବର୍ଷ ଆଦିବାସୀ ମେଳାରେ ୮ କୋଟି ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବେପାର ହୋଇଛି । ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି ଆଦିବାସୀ ମେଳା ଜାନୁଆରୀ ୫ ରୁ ୧୬ ପର୍ଯ୍ୟନ୍ତ ରଖାଯାଇଥିଲା ।


ଆଦିବାସୀ ମେଳାରେ ମୋଟ ୧୮୮ ଷ୍ଟଲ୍ ଲାଗିଥିଲା । ଯେଉଁଥିରୁ କି ୧୪୦ ଷ୍ଟଲ୍ କେବଳ ଆଦିବାସୀ ମାନଙ୍କର ଚାଲିଚଳଣୀ, ଖାଦ୍ୟପେୟ, ବିକ୍ରି ସାମଗ୍ରୀ ଉପରେ ରହିଥିଲା । ଚଳିତ ବର୍ଷ ଆଦିବାସୀ ମେଳାରେ ୯ ଲକ୍ଷ ଲୋକଙ୍କ ସମାବେଶ ଏବଂ ୮ କୋଟି ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବେପାର ହୋଇଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭୁବନେଶ୍ୱର ସ୍ଥିତ ଗୋଠପାଟଣାରେ ନିର୍ମିତ ହେବ ଏକ ଆଦିବାସୀ ଐତିହ୍ୟ ଭବନ ଯାହା ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଆଦିବାସୀ ଭାଷା ସଂସ୍କୃତି ଭବନ ପାଇଁ ୫୦ କୋଟି ଏବଂ ୧୫୦ କୋଟି ଟଙ୍କା ଖର୍ଚ୍ଚରେ ରାଉଳକେଲାରେ ନିର୍ମାଣ ହେବ ଭଗବାନ ବିର୍ଷା ମୁଣ୍ଡା ସ୍ମୃତି ସଦନ । ଶିକ୍ଷାର ବିକାଶ ପାଇଁ ୧୫ ଆଶ୍ରମ ବିଦ୍ୟାଳୟମାନଙ୍କରେ ଉଚ୍ଚଶିକ୍ଷା ପାଇଁ ୨୨୫ କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ ଅପଗ୍ରେଡ୍ କରିଛନ୍ତି ସରକାର ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

Sponsored
Tribal Mela 2025 concludes | Argus News