Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦଲାଲ ହାତରେ ଆଦିବାସୀଙ୍କ ଲଘୁବନଜାତ ଦ୍ରବ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦଲାଲ ହାତରେ ଆଦିବାସୀଙ୍କ ଲଘୁବନଜାତ ଦ୍ରବ୍ୟ

ଜଙ୍ଗଲରୁ ମହୁଲ, ଚାର ତୋଳି ପେଟ ପୋଷିବାକୁ ଆଦିବାସୀଙ୍କ ଉଦ୍ୟମ, ହେଲେ ନାହିଁ ବିକ୍ରି ବ୍ୟବସ୍ଥା। ଚିନ୍ତାରେ ଦୁର୍ଗମର ଜନଜାତି। ଜଙ୍ଗଲ ହେଉଛି ଆଦିବାସୀଙ୍କ ଜୀବନ ଜୀବିକାର ଉତ୍ସ । ଜଙ୍ଗଲରୁ ଉତ୍ପାଦିତ ଝୁଣା, ଲାଖ ମହୁଲ ଆଦି ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରି ପେଟପାଟଣା କରିଥାନ୍ତି ଆଦିବାସୀ । ମାତ୍ର ଜଙ୍ଗଲରୁ ଗୋଟେଇ ଆଣୁଥିବା ମହୁଲର ଅଭାବୀ ବିକ୍ରି ଯୋଗୁଁ ପ୍ରତିବର୍ଷ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ମହୁଲ ଫୁଲ ଗୋଟାଳି । ଆଦିବାସୀ ମାନଙ୍କ ଲଘୁବନଜାତ ଦ୍ରବ୍ୟ କିଭଳି ବିକ୍ରି ହୋଇ ଆଗକୁ ବଢ଼ିବେ ସେ ନେଇ ୧୯୬୨ ମସିହାରେଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ୧୯୬୭ ମସିହା ଠାରୁ ଏହି ଏହି ଲଘୁବନଜାତ ଦ୍ରବ୍ୟକୁ କ୍ରୟ କରିବା ପାଇଁ ଆଦିବାସୀ ଉନ୍ନୟନ ସମବାୟ ସଂସ୍ଥା କାର୍ଯ୍ୟକାରୀ ହୋଇଥିଲା। ଆଦିବାସୀ ମାନେ ସଂଗ୍ରହ କରୁଥିବା ଝାଡୁ, ମହୁଲ, ଶାଳ ମଞ୍ଜି, ମହୁ, ସିଆଡିପତ୍ର, ଅଁଳା, ତେନ୍ତୁଳି, ହରିଡା, ବାହାଡା, ଚାଁହାର ଇତ୍ୟାଦି ଅନେକ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଆଦିବାସୀଙ୍କ ଠାରୁ କ୍ରୟ କରିବା ଏହି ସମବାୟର ଲକ୍ଷ୍ୟ ଥିଲା । ହେଲେ କାର୍ଯ୍ୟକ୍ଷମ ହୋଇ ପାରୁନି ଏହି ଯୋଜନା।

ଲଘୁବନଜାତ ଦ୍ରବ୍ୟ ସୁରକ୍ଷା ଓ ଗଚ୍ଛିତ ପାଇଁ ସମବାୟ ନିଗମ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୫ଟି ବ୍ଲକରେ ୬ଟି ଗୋଦାମ ଗୃହ ନିର୍ମାଣ କରାଯାଇଛି। ସେଥି ମଧ୍ୟରୁ ଜିଲ୍ଲାର ନର୍ଲାରୋଡ ଠାରେ ୧୨୫୦ ମେଟ୍ରିକଟନ୍ ବିଶିଷ୍ଟ ୨ଟି ଗୋଦାମ ଗୃହ କେସିଙ୍ଗାରେ ୫୦୦ ମେଟ୍ରିକଟନ ର ଗୋଟିଏ ଗୋଦାମ , ମଦନପୁର ରାମପୁରରେ ୫୦ ମେଟ୍ରିକଟନ ଗୋଟିଏ ଗୋଦାମ ଗୃହ ,ଥୁଆମୂଳ ରାମପୁର ବ୍ଲକ ଗୁଣପୁର ସାଇସୁରୁନୀ ଠାରେ ୫୦୦ ମେଟ୍ରିକଟନ ର ଗୋଟିଏ ଗୋଦାମ ଏବଂ ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଠାରେ ୧୦୦ ମେଟ୍ରିକଟନ୍ ର ଗୋଟାଏ ଲେଖାଏଁ ଗୋଦାମ ଗୃହ ଗୁଡାକ ନିର୍ମାଣ ହୋଇଛି। ପରିତାପର ବିଷୟ ଲକ୍ଷଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମାଣ ହୋଇଥିବା ଏହି ସବୁ ଗୋଦାମ ଗୃହ ଗୁଡିକ ବ୍ୟବହାର ନହୋଇ ପରିତ୍ୟକ୍ତ ଏବଂ ଭଙ୍ଗା ଦଦରା ଅବସ୍ଥାରେ ପଡିରହିଛି। ଏହାକୁ ପରିଚାଳନା କରିବାକୁ ଏକ କାର୍ଯ୍ୟାଳୟ ରହିଛି। କିନ୍ତୁ ଅବହେଳା ଯୋଗୁଁ କାର୍ଯ୍ୟାଳୟର ଅବସ୍ଥା ଓ ବ୍ୟବସ୍ଥା ମଧ୍ୟ ଦୟନୀୟ ଅବସ୍ଥାରେ ଗତିକରୁଛି।

ଜଙ୍ଗଲରୁ ସଂଗ୍ରହ ହେଉଥିବା ଲଘୁ ବନଜାତ ଦ୍ରବ୍ୟ ଗୁଡିକର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଦଲାଲର ଶିକାର ହୋଇ କ୍ଷତିରେ ପଡୁଛନ୍ତି ସ୍ଥାନୀୟ ସଂଗ୍ରହକାରୀ ଅଧିବାସୀ। ସମବାୟ ନିଗମର ନିର୍ଦ୍ଧାରିତ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳର ଅଧୀବାସୀ। ସରକାର ଏସବୁ ଗୋଦାମ ଗୃହ ଗୁଡିକର ମରାମତି କରିବା ସହିତ ପୁନଶ୍ଚ ପୁର୍ବପରି ଏହି "ଆଦିବାସୀ ଉନ୍ନୟନ ସମବାୟ ନିଗମ"କୁ ପରିଚାଳିତ କରିବାକୁ ସାଧାରଣରେ ଦାବୀ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tribal-produce-in-the-hands-of-bad-man | Argus News