Videos
|
Odisha

ଏଇ ଗାଁରେ ଗୋଟିଏ ମାତ୍ର ନଳକୂପ, ଚୂଆ ପାଣି ହିଁ ସାହା ଭରସା !

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଏଇ ଗାଁରେ ଗୋଟିଏ ମାତ୍ର ନଳକୂପ, ଚୂଆ ପାଣି ହିଁ ସାହା ଭରସା !

ଅର୍ଗସ ବ୍ୟୁରୋ: ନବୀନ ସରକାର ଥିଲା । ବିଜେଡି ଅଫିସ ଶଙ୍ଖ ଭବନ ସାଜିଲା । ମୁଗୁନି ପଥରରେ ବିଶାଳ ଅଟ୍ଟାଳିକା ଠିଆ ହେଲା । ହେଲେ ସିକିଟାବାସୀଙ୍କୁ ମିଳିପାରିଲାନି ସୁଖ । କେଉଁଠି ରଙ୍ଗ ମରାରେ କୋଟି କୋଟି ଟଙ୍କା ପାଣିରେ ପଡିଲା । ହେଲେ ଏ ନୀରୀହ ଆଦିବାସୀ ପାଣି ପାଇଁ ଡହଳବିକଳ ହେଲେ । ଆମେ କହୁଛୁ ସେଇ ବାଲିଗୁଡ଼ା ବ୍ଲକ ସଦର ମହକୁମାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ସୁଡ୍ରା ପଞ୍ଚାୟତର ସିକିଟାବାସୀଙ୍କ କଥା ।

ଆଜି ବି ବଦଳି ପାରିଲା ନାହିଁ ଏହି ଗାଁର ଭୌଗଳିକ ମାନଚିତ୍ର। ମୌଳିକ ସୁବିଧା ବିନା ଏକ ପ୍ରକାର ଜଙ୍ଗଲୀ ଜୀବନ ବିତାଉଛନ୍ତି ସିକିଟାବାସୀ। ବାଲିଗୁଡ଼ା ବ୍ଲକ ସଦର ମହକୁମାରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ସୁଡ୍ରା ପଞ୍ଚାୟତ। ସୁଡ୍ରା ପଞ୍ଚାୟତର କାମ୍ବେରି କିଆ ଛକଠାରୁ ପାଖାପାଖି ୭ରୁ୮ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ଭାବେ ବିପଦଜନକ।

ତିନି ତିନୋଟି ବଡ଼ ଗାଁ ସିକାଟି, କଟଡି, ବଲବାଣ୍ଡାଙ୍ଗି ସହିତ ସୁଲେପାଡ଼ା, ସିର୍କା ମାସ୍କା, ଶ୍ରାମପଡ଼ା ଓ କଜୁକ୍ଲାପି ଭଳି ଗାଁ ଗୁଡ଼ିକର ଲୋକେ ପାହାଡିଆ ଜଙ୍ଗଲ ମାଟି ରାସ୍ତାରେ ନୀତିଦିନ ଯାତାୟାତ କରନ୍ତି। ଦୈନନ୍ଦିନ ଜୀବନ ଯାପନ ପାଇଁ ସେହି ମାଟି ରାସ୍ତା ହିଁ ଭରସା।

ଅନ୍ୟପଟେ ଏଠାରେ ପାଣି ମୁନ୍ଦେ ପିଇବାର ବି ସୁବିଧା ନାହିଁ । ଏହି ସାତଟି ଗାଁ ସମ୍ପୂର୍ଣ୍ଣ ଭାବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ପାନୀୟ ଜଳ ଯୋଗାଣ କହିଲେ ସିକାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ଏକ ମାତ୍ର ନଳକୂପ । ଯେଉଥିପାଇଁ ସମସ୍ତଙ୍କ ଶୋଷ ମେଣ୍ଟାଇ ପାରୁନି ଏହି ନଳକୂପ। ଫଳରେ ଲୋକ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ଚୁଆର ଗୋଳିଆ ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି । ଆଉ ତାପରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବର୍ଷାଦିନ କଥା ତ ନକହିବା ଭଲ ।

ମୋଟାମୋଟି କହିବାକୁ ଗଲେ ପ୍ରକଳ୍ପ ପ୍ରହସନ ଭିତରେ ସିକିଟା ହେଉଛି ଏକ ନାହିଁ ନାହିଁର ଗାଁ। ଏଠି ସରକାରୀ ଯୋଜନା ଲୋକଙ୍କ ପାଇଁ ସତେ ଯେମିତି ଉପହାସ ପାଲଟିଛି।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: