ଟ୍ରିପଲ୍ ମର୍ଡର, ମଦ ନିଶାରେ ୩ ଶଳାଙ୍କ ଜୀବନ ନେଲା ଭିଣୋଇ
·10 months ago

ମଦ ନିଶାରେ ୩ ଶଳାଙ୍କ ଜୀବନ ନେଲା ଭିଣୋଇ । ମୃତକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା କୁପାଗୁଡ଼ା ଗାଁର ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ ଓ କ୍ରିଷ୍ଣା ଖେମୁଡୁ । ୩ ଭାଇ ଗତକାଲି ନିଜ ଭଉଣୀ ଘରକୁ ଏକ ଶବ ଦାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଆନ୍ଧ୍ର ପ୍ରଦେଶ ସିଲେରୁ ଯାଇଥିଲେ । ସେଠାରେ ଭିଣୋଇ ଓ ଶଳାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା ।
ଏହାକୁ କେନ୍ଦ୍ର କରି ଭିଣୋଇ ଘେନୁ ହନ୍ତାଲ, ରାତିରେ ଶୋଇଥିବା ସମୟରେ ତିନି ଶଳାଙ୍କ ଉପରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଦୁଇ ଶଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣ ବିଶାଖାପାଟଣାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ । ଏହାକୁ ନେଇ କୁପାଗୁଡା ଗାଁରେ ଶୋକର ଛାୟା ଖେଳିଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: