Videos
|
Odisha

ଟ୍ରିପଲ୍ ମର୍ଡର ପରେ ଗାଁରେ ଉତ୍ତେଜନା, ଥାନାରେ ୧୨ ଅଟକ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଟ୍ରିପଲ୍ ମର୍ଡର ପରେ ଗାଁରେ ଉତ୍ତେଜନା, ଥାନାରେ ୧୨ ଅଟକ

ଆସିକା: ଗୁଣି ଗାରେଡ଼ିରୁ ଗଡ଼ିଲା ୩ ମୁଣ୍ଡ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳରେ ଅନ୍ଧ ବିଶ୍ଵାସରୁ ୩ ଜଣଙ୍କୁ ହତ୍ୟା କରାଯାଇଛି । ତିନି ତିନି ଜଣଙ୍କୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଖାରିପଲ୍ଲୀ ଗାଁରେ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।


ମଙ୍ଗଳବାର ଗୁଣି ଗାରେଡ଼ି ସନ୍ଦେହରେ ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ୨ ଗୋଷ୍ଠୀ ମଧ୍ୟରେ ହଣାକଟାରେ ବାପପୁଅ ସମତେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଗୋଷ୍ଠୀର ବାପପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର ୪ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଧରାକୋଟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି ।


ଖାରିପଲ୍ଲୀ ଗାଁରେ ୩ ଜଣଙ୍କୁ ହତ୍ୟା ପରେ ଉତ୍ତେଜନା ଲାଗି ରହିଛି । ଗାଁରେ ଉତ୍ତେଜନାକୁ ଦେଖି ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ପୋଲିସ କହିଛି । ଗାଁରେ ପୋଲିସ ସହ ସାଇଣ୍ଟିଫିକ୍ ପହଞ୍ଚି ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Triple Murder In Ganjam Badagada, 12 Held By Police | Argus News