Videos
|
Odisha

ଦେଶର ସବୁ ବିଧାନସଭା ମଣ୍ଡଳୀରେ ଅନୁଷ୍ଠିତ ହେବ ତ୍ରିରଙ୍ଗା ରାଲି

Smruti Parija
Browse all articles by Smruti Parija
·2 years ago·1 min read
ଦେଶର ସବୁ ବିଧାନସଭା ମଣ୍ଡଳୀରେ ଅନୁଷ୍ଠିତ ହେବ ତ୍ରିରଙ୍ଗା ରାଲି

ଭୁବନେଶ୍ୱର: ବିଜେପି ପାଳୁଛି ହର୍ ଘର୍ ତ୍ରିରଙ୍ଗା । ଏହି ଅଭିଯାନରେ ଆଜିଠୁ ଆସନ୍ତା 14 ତାରିଖ ଯାଏଁ ତ୍ରିରଙ୍ଗା ଯାତ୍ରା । ଦେଶର ସବୁ ବିଧାନସଭା ମଣ୍ଡଳୀରେ ଅନୁଷ୍ଠିତ ହେବ ଏହି ତ୍ରିରଙ୍ଗା ରାଲି । ଜାତୀୟ ପତାକା ସହ ସେଲଫି ନେଇ ଅପଲୋଡ଼ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆମ ଜାତୀୟ ପତାକା, ଆମ ଏକତା, ସଂହତି ଓ ଭାତୃଭାବର ପ୍ରତୀକ ଅଟେ । ଅଗଷ୍ଟ ୧୫ରେ ଦେଶ ସ୍ବାଧୀନତାର ୭୭ତମ ବର୍ଷପୂର୍ତ୍ତି ପାଳନ କରିବ । 

ଏହି ଅବସରରେ `ହର୍ ଘର୍ ତ୍ରିରଙ୍ଗା' ଅଭିଯାନରେ ସାମିଲ୍ ହୋଇ ଦେଶ ପ୍ରତି ନିଜ ଭାବନାକୁ ଜାଗୃତ ଏବଂ ଜୀବନ୍ତ କରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅଭିଯାନରେ 9 ରୁ କ୍ରାନ୍ତି ଦିବସ, 11ରୁ 14 ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ଓ 13ରୁ 15 ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଠାନରେ ହର୍ ଘର୍ ତ୍ରିରଙ୍ଗା ଉତ୍ତୋଳନ କରାଯିବ । ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ତ୍ବକୁ ଉପଲବ୍ଧ କରାଇବା ଏହି ଅଭିଯାନର ଉଦ୍ଦେଶ୍ୟ ଅଟେ । 

ସମସ୍ତ ଓଡ଼ିଶାବାସୀ ଏହି ଅଭିଯାନରେ ସାମିଲ୍ ହେବା ପାଇଁ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ ନିଜର ସେଲ୍‌ଫି harghartiranga.comରେ ଅପଲୋଡ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: