Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Twin City / କଟକ-ଭୁବନେଶ୍ଵର ମଧ୍ୟରେ ଭିଡ଼ କମାଇବାକୁ ତ୍ରିଶୁଳିଆରେ ହେବ ଦ୍ଵିତୀୟ ବ୍ରିଜ୍

Sushanta Sahoo
Browse all articles by Sushanta Sahoo
·9 months ago·2 min read
କଟକ-ଭୁବନେଶ୍ଵର ମଧ୍ୟରେ ଭିଡ଼ କମାଇବାକୁ ତ୍ରିଶୁଳିଆରେ ହେବ ଦ୍ଵିତୀୟ ବ୍ରିଜ୍

Key Points

ଟ୍ଵିନ୍ ସିଟି କଟକ-ଭୁବନେଶ୍ଵର ମଧ୍ୟରେ ହେଉଥିବା ଭିଡ଼ କମାଇବା ଲାଗି ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରାଯାଇ ଅନୁମୋଦନ ହୋଇ ସାରିଛି ।

ଭୁବନେଶ୍ଵର: ତ୍ରିଶୁଳିଆରେ ହେବ ଦ୍ଵିତୀୟ ବ୍ରିଜ୍‌ର ନିର୍ମାଣ । ଟ୍ଵିନ୍ ସିଟି କଟକ-ଭୁବନେଶ୍ଵର ମଧ୍ୟରେ ହେଉଥିବା ଭିଡ଼ କମାଇବା ଲାଗି ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରାଯାଇ ଅନୁମୋଦନ ହୋଇ ସାରିଛି । ଏବେ ଟେଣ୍ଡର ପ୍ରକ୍ରିୟା ଜାରି ରହିଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ।


ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ତାରକା ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସୋଫିଆ ଫିର୍ଦ୍ଦୋସ ପଚାରିଥିଲେ, 'କଟକ-ଭୁବନେଶ୍ଵର ମଧ୍ୟରେ ଭିଡ଼ କମାଇବାକୁ ତ୍ରିଶୁଳିଆରେ ଦ୍ଵିତୀୟ ପୋଲ ନିର୍ମାଣ ପାଇଁ ପ୍ରସ୍ତାବର ସ୍ଥିତ କଣ ? ଏଥିପାଇଁ ଡିପିଆର୍ ଅନୁମୋଦନ ହେଲାଣି କି ? ବ୍ରିଜ୍ ପାଇଁ ବଜେଟ୍ କେତେ ଏବଂ କେବେ ନିର୍ମାଣ ଆରମ୍ଭ ହେବ ?'


ଏଥିସହ ପଢନ୍ତୁ: ଟ୍ୟାକ୍ସି ଡ୍ରାଇଭରଙ୍କୁ ମାରି ଚନ୍ଦକା ଜଙ୍ଗଲରେ ଫିଙ୍ଗିଦେଲେ, ଅପହରଣ ପରେ ମାଗୁଥିଲେ ୨ କୋଟି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯାହାର ଉତ୍ତର ରଖି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, 'ତ୍ରିଶୁଳିଆରେ ଦ୍ଵିତୀୟ ବ୍ରିଜ୍ ନିର୍ମାଣ ଲାଗି OBCC ଟେଣ୍ଡର ପ୍ରକ୍ରିୟା ଜାରି ରଖିଛି । ଏଥିପାଇଁ ପ୍ରସ୍ତୁତ ଡିପିଆରକୁ ପ୍ରଶାସନିକ ଅନୁମୋଦନ ମିଳି ସାରିଛି । ଏହି ପ୍ରକଳ୍ପରେ ୨୯୭ କୋଟି ୫୯ ଲକ୍ଷ ୯୧ ହଜାର ୧୯୩ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ।'


ମନ୍ତ୍ରୀ ଆହୁରି କହିଛନ୍ତି ଯେ, 'ବ୍ରିଜ୍ ନିର୍ମାଣ ଲାଗି ଏବେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି । ଟେଣ୍ଡର ପ୍ରକ୍ରିୟା ସରିବା ପରେ ଦ୍ଵିତୀୟ ବ୍ରିଜ୍ ନିର୍ମାଣ ଆରମ୍ଭ ହେବ ଏବଂ ସରକାର ୩୬ ମାସରେ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ।'


ଆଶା କରାଯାଉଛି, ତ୍ରିଶୁଳିଆରେ ଦ୍ଵିତୀୟ ବ୍ରିଜ୍ ହେଲେ ଯାତ୍ରୀଙ୍କୁ ଟ୍ରାଫିକ୍ ଭିଡ଼ରୁ ଆଶ୍ଵସ୍ତି ଦେବା ସହ ଯାତ୍ରା ସମୟ ହ୍ରାସ କରିବ । ୨୦୧୭ ଜୁଲାଇରେ ଭୁବନେଶ୍ଵର-କଟକ ଯାତାୟାତକୁ ସୁଗମ କରିବା ଲାଗି ୨.୮୮ କିଲୋମିଟରର ସୁବାସ ବୋଷ ସେତୁ କାଠଯୋଡ଼ିରେ ଲୋକାର୍ପଣ ହୋଇଥିଲା । ୧୧୪ କୋଟି ବ୍ୟୟରେ ନିର୍ମିତ ଏହି ସେତୁ ସାରିବାକୁ ଲାଗିଥିଲା ୬ ବର୍ଷ ସମୟ ।

Related Topics

Explore more stories

Sponsored
Twin City | Trisulia Second Bridge to Ease Cuttack-Bhubaneswar Traffic | Argus News | Argus News