Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚା' ଦୋକାନକୁ ମାଡ଼ିଗଲା ହାଇଓ୍ଵା, ୩ ମୃତ ୨ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago
ଚା' ଦୋକାନକୁ ମାଡ଼ିଗଲା ହାଇଓ୍ଵା, ୩ ମୃତ ୨ଗୁରୁତର

ଚା ଦୋକାନକୁ ମାଡ଼ିଗଲା ହାଇଓ୍ବା, ୩ ଜଣଙ୍କର ମୃତ୍ୟୁ । ସୁନ୍ଦରଗଡ଼ କୋଇଡ଼ା ଜମୁଡିହି ଟୋଲ ଗେଟ୍ ସମ୍ମୁଖରେ ଥିବା ଚା ଦୋକାନକୁ ଦ୍ରୁତ ଗତିରେ ମାଡ଼ିଗଲା ହାଇଓ୍ବା । ଦୋକାନରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ଚା' ବିକୁଥିବା ମହିଳା ସୁନିତା ଚକ୍ରବର୍ତ୍ତି । ଅନ୍ୟ ଦୁଇଜଣ ଡ଼୍ରାଇଭରଙ୍କ ପରିଚୟ ମିଳିପାରିନାହିଁ । ମୃତ ମହିଳାଙ୍କ ସ୍ୱାମୀ ରଞ୍ଜିତ ଚକ୍ରବର୍ତ୍ତି ଏବଂ ୬ ବର୍ଷର ପୁଅ ଗୁରୁତର ଅବସ୍ଥାରେ ଲହୁଣୀପଡ଼ା ମେଡ଼ିକାଲରେ ଭର୍ତ୍ତି । ଦୋକାନଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି । ହାଇଓ୍ବା ଗାଡ଼ି ବ୍ରେକ ଫେଲ୍ ହେବାରୁ ମାଡ଼ିଗଲା ଚା ଦୋକାନକୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
truck-crashes-into-tea-shop-3-dead-2-seriously-injured | Argus News