ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଟ୍ରକ ଡ୍ରାଇଭର ଅଟକ
·1 year ago·1 min read

Key Points
ମାଲକାନଗିରି ଜିଲ୍ଲାରେ ଲଜ୍ଜା
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଟ୍ରକ ଡ୍ରାଇଭର ଅଟକ
ପୀଡ଼ିତାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ
ମାଲକାନଗିରି ଜିଲ୍ଲାରେ ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଟ୍ରକ ଡ୍ରାଇଭର ଅଟକ । ପୀଡ଼ିତାଙ୍କ ପରିବାର ପକ୍ଷରୁ ମାଲକାନଗିରି ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ଗତକାଲି ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମଦିନ ପାଳନ ପାଇଁ ତାଙ୍କ ଘରକୁ ଯାଇଥିଲେ । ହେଲେ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ । ପରିବାର ଲୋକେ ଝିଅକୁ ବହୁ ଖୋଜାଖୋଜି ପରେ ଝିଅର କୌଣସି ପତ୍ତା ମିଳି ନଥିଲା ।
ତେବେ ସଦରରୁ ଜୟପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜା ଘାଟିରେ ବିଳମ୍ବିତ ରାତିରେ ନାବାଳିକା ଓ ଜଣେ ଟ୍ରକ ଚାଳକକୁ ସନ୍ଦେହଜନକ ସ୍ଥିତିରେ ଦେଖି କିଛି ପଥଚାରୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ଶକ୍ତି ସଦନ ଗୃହରେ ରଖିଛି । ଏହାସହ ଟ୍ରକ ଚାଳକକୁ ଅଟକ ରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: