Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାର୍‌କୁ ପଛରୁ ପିଟିଲା ଟ୍ରକ, ଚାଲିଗଲା ୨ ଜୀବନ

Odisha

କାର୍‌କୁ ପଛରୁ ପିଟିଲା ଟ୍ରକ, ଚାଲିଗଲା ୨ ଜୀବନ

Ritu Das
Browse all articles by Ritu Das
·1 year ago·1 min read
କାର୍‌କୁ ପଛରୁ ପିଟିଲା ଟ୍ରକ, ଚାଲିଗଲା ୨ ଜୀବନ

ଖୋର୍ଦ୍ଧା ଇନଫୋଭ୍ୟାଲି ଥାନା ପିତାପଲ୍ଲୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା କାର । ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତିନି ମୃତକ ପୁରୀ ଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ବ୍ରହ୍ମପୁରରୁ ଏକ କାର୍‌ ଯୋଗେ କିଛି ଲୋକ ଭୁବନେଶ୍ୱର ଫେରୁଥିଲେ । ହେଲେ ଗଙ୍ଗପଡ଼ା ଜାତୀୟ ରାଜପଥ ନିକଟରେ କାର୍‌କୁ ଏକ ଟ୍ରକ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।


ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ କାର୍‌ର ଡୋର କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମିଳିଥିବା ତଥ୍ୟ ଅନୁସାରେ କାର୍‌ରେ ଥିବା ଯୁବକମାନେ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Truck hits car from behind, 2 dead | Argus News