Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Odisha

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Ritu Das
Browse all articles by Ritu Das
·9 months ago·1 min read
ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Key Points

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌

ଓଭରବ୍ରିଜ ଉପରେ ହୁତ ହୁତୁ ହୋଇ ଜଳିଲା ଟ୍ରକ

ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଓଭରବ୍ରିଜ ଉପରେ ଟ୍ରକକୁ ପଛରୁ ପିଟିଲା ଟ୍ରକ। ଦୁର୍ଘଟଣା ଘଟାଇଥିବା ଟ୍ରକରେ ଲାଗିଲା ନିଆଁ। ସୂଚନାରୁ ଜଣାପଡିଛି ଏକ ମାଲ ବୋଝେଇ ଟ୍ରକ ବାଲୁଗାଁ ପଟୁ ଖୋର୍ଦ୍ଧା ପଟକୁ ଆସୁଥିବା ସମୟରେ ଗୋଳବାଇ ଓଭରବ୍ରିଜ ଉପରେ ଏକ ଟ୍ରକ ଅଟକି ରହିଥିଲା ଉକ୍ତ ଟ୍ରକକୁ ମାଲବୋଝେଇ ଟ୍ରକଟି ଧକ୍କା ଦେଇଥିଲା। ଧକ୍କା ଦେଇଥିବା ଟ୍ରକର ଆଗ ଇଞ୍ଜିନରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି। ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି।


ଆହତ ଡ୍ରାଇଭର ଓ ହେଲପରକୁ ୧୦୮ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଖବର ପାଇ ଜଙ୍କିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି। ଦୁର୍ଘଟଣା ଯୋଗୁ ଏକଘଣ୍ଟା ଧରି ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ପୋଲିସ ଗାଡିକୁ ରାସ୍ତା କଡକୁ ସାଇଡ କରିବା ପରେ ଗାଡିମୋଟର ଯାତାୟତ କରିଛି। ପୋଲିସ ଦୁର୍ଘଟଣା ହୋଇଥିବା ଗାଡି ଜବତ କରି ତଦନ୍ତ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
truck-hits-truck-from-behind-driver-barely-escapes | Argus News