Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘାଟିରେ ଫସିଲା ଟ୍ରକ୍ ,ବାଟବଣା କଲା ଗୁଗୁଲ୍ ମ୍ୟାପ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ଘାଟିରେ ଫସିଲା ଟ୍ରକ୍ ,ବାଟବଣା କଲା ଗୁଗୁଲ୍ ମ୍ୟାପ୍

ଅର୍ଗସ ବ୍ୟୁରୋ: ବାଟବଣା କଲା ଗୁଗୁଲ୍ ମ୍ୟାପ୍ । ଘାଟିରେ ଫସିଲା ଟ୍ରକ୍ । ଏଥର ଉତ୍ତର ପ୍ରଦେଶ ନୁହଁ ଓଡିଶାରେ  ଧୋକା ଦେଲା ମ୍ୟାପ।  ଗୁଗଲ ମ୍ୟାପ ଦେଖି ବ୍ରହ୍ମପୁର ରୁ ରାଇପୁର ଯାଉଥିବା ଟ୍ରକ୍ ଫସିଲା କନ୍ଧମାଳ ଜିଲ୍ଲାର ଗାଜଲବାଡ଼ି ଘାଟିରେ । ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଫସି ରହିଥିଲା । ଟ୍ରକ୍ ଟି ୫୯ ନମ୍ବର ଜାତୀୟ ରାଜପଥ ଦେଇ ରାଇପୁର ଯାଉଥିବା ଜଣାପଡିଛି । ଘାଟି ରାସ୍ତା ସମ୍ପ୍ରସାରଣ ହୋଇ ନଥିବା ଯୋଗୁଁ ବଡ଼ ଗାଡ଼ି ବୁଲାଣିରେ ଯାତାୟାତ କରି ପାରୁନାହିଁ।  ଘାଟି ରାସ୍ତା ଦେଇ  ଏକ ୧୬ ଚକିଆ ଟ୍ରକ ଆସୁଥିବା ବେଳେ ବସକୁ ସାଇଡ଼ ଦେବା ସମୟରେ ବୁଲାଣି ରାସ୍ତାର ମଝିରେ ଅଟକି ଯାଇଥିଲା । ବିପରୀତ ଦିଗରୁ ଆସୁଥିବା ବସଟି ମଧ୍ୟ ଅଟକି ରହିଥିଲା । ରବିବାର ଦାରିଙ୍ଗବାଡିକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥିବାବେଳେ କିଛି ଘଣ୍ଟା ପାଇଁ ହଇରାଣ ହୋଇଥିଲେ  । ପରବର୍ତ୍ତୀ ସମୟରେ ରାସ୍ତାରୁ ଗାଡ଼ି ହଟିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Truck stuck in gorge, Google Maps crashes | Argus News