Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ପୂର୍ବରୁ କାହିଁକି ଏମିତି ଫୋନ କରୁଛନ୍ତି ନବୀନ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନିର୍ବାଚନ ପୂର୍ବରୁ କାହିଁକି ଏମିତି ଫୋନ କରୁଛନ୍ତି ନବୀନ ?

ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କୁ ଫୋନ୍‌ କରି କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଏ ପୁଣି ରାତିରେ । ହେଲେ ନିର୍ବାଚନ ପୂର୍ବରୁ ହଠାତ୍‌ କାହିଁକି ଓଡ଼ିଆଙ୍କ କଥା ନବୀନଙ୍କର ମନେ ପଡିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର । ଖାଲି ଚର୍ଚ୍ଚା ହେଉଛି ତାହା ନୁହେଁ ବରଂ ନିର୍ବାଚନି ଜିତିବା ଭେଳିକି ପାଇଁ ନବୀନ ଏମିତି କରୁଥିବା କୁହାଯାଉଛି । କାରଣ ବିନା ଟିପି ସାହାଯ୍ୟରେ ପଦୁଟିଏ ଓଡ଼ିଆ କହିପାରୁନଥିବା ନବୀନ ମୋବାଇଲ ଫୋନ୍‌ରେ ଏମିତି ଅନର୍ଗଳ କଥା ହେବା ନିଶ୍ଚତ ଆଶ୍ଚର୍ଯ୍ୟକର ବିଷୟ । ହେଲେ ଏ ଫୋନ୍‌କୁ ନେଇ ଏବେ ସାଧାରଣରେ ଉଠିଲାଣି ଅନେକ ପ୍ରଶ୍ନ...

ଦିନକୁ ଏମିତି କେତେଜଣଙ୍କୁ ଫୋନ କରନ୍ତି ? ଦି ଫୋନ କରୁଛନ୍ତି, ତେବେ ରାଜ୍ୟର କିଛି ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରିବେ କି ?

୧. ନିର୍ବାଚନୀ ବଣ୍ଡରେ ୭୪୪ କୋଟି l କେଉଁ ଫୋନକଲ ଦ୍ୱାରା ଏହା ଆଦାୟ ହେଇଥିଲା? ୧୦୦ କୋଟିର ପାର୍ଟି ଅଫିସ ହେଲା,କିନ୍ତୁ ଯେଉଁ ଗରିବ ଓଡ଼ିଆଟେ ୨ ଲକ୍ଷ ଟଙ୍କିଆ ଆବାସ ଛାତଘରଟେ ପାଇଁ ବାରଦୁଆର ହୋଇ ଲାଞ୍ଚ ଦେବାକୁ ବାଧ୍ୟ ହୁଏ, ତା' ସଂଗେ କଥା ହେଇ, ଏହାକୁ ସାର୍ବଜନୀନ କରନ୍ତୁ l
୨. ମାଇନ୍ସରୁ ଦୁଇ ଲକ୍ଷ କୋଟି ଲୁଟ କରିବାର କାର୍ପେଟଦାର ମାନେ ଆପଣଙ୍କ ଦଳରେ l ଓଡିଶାର ଋଣ ୧ ଲକ୍ଷ କୋଟି ଆଜ୍ଞା,ଏ ୨ ଲକ୍ଷ କୋଟି କାହା ସ୍ୱାର୍ଥରେ ଲାଗୁଛି, ତା'କୁ ସାର୍ବଜନୀନ କରନ୍ତୁ l
୩. ମହାନଦୀ ଶୁଖିଲା, କୋଟିଆ ବିପଦରେ l ଏ ସମ୍ପର୍କରେ ପ୍ରଶାସନିକ ପଦକ୍ଷେପ କ'ଣ, ଟିକେ ଏହାକୁ ସାର୍ବଜନୀନ କରନ୍ତୁ l
୪. ଖଣି ପାଣି ମାଟି ସବୁ ଆମର l ଚାକିରି କରିବେ ଅଣଓଡ଼ିଆ l ଗୋଟେ ଶିକ୍ଷିତ ବେକାର ବା ଅନ୍ୟ ରାଜ୍ୟରେ ମଜୁରୀ ଲାଗୁଥିବା ଯୁବକ ସହ କଥା କହିବାର ଭିଡିଓ ସାର୍ବଜନୀନ କରନ୍ତୁ l
୫. ଚାଷୀର ଫସଲର ଦାମ ନାହିଁ,ଜଳସେଚନ ନାହିଁ, ଶୀତଳଭଣ୍ଡାର ନାହିଁ lନାହିଁ ନାହିଁ ଭିତରେ ଚାଷ କରୁଥିବା ଚାଷୀର ଦୁଃଖ, ଥରେ ଫୋନ କରି ସାର୍ବଜନୀନ କରନ୍ତୁ l
୬. ମମିତା,ବେବିନା, ଇତିଶ୍ରୀ, ପରି, ରୁଚିକା ଭଳି ନିର୍ଯ୍ୟାତିତ ମା ଭଉଣୀଙ୍କ ପରିବାର ସଦସ୍ୟଙ୍କୁ ଫୋନ କରି ତାଙ୍କ ଦୁଃଖସୁଖ ସାର୍ବଜନୀନ କରନ୍ତୁ ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । କାରଣ ୨୪ ବର୍ଷର ସ୍ଥିର ସରକାର, ସ୍ଥିର ଶାସନ । ହେଲେ ଏହା ପରେ ବି ରାଜ୍ୟର ବିକାଶ ଯେମିତି ହେବାର କଥା ସେମିତି ହୋଇନି । ସେଇଥି ଲାଗି ତ ନିର୍ବାଚନ ପୂର୍ବରୁ ନବୀନଙ୍କର ଏମିତି ମିଛ ଭେଳିକିକୁ ଗ୍ରହଣ କରୁନାହାନ୍ତି ଲୋକେ । ବରଂ କହିଛନ୍ତି ଏଥର ଆଉ ମିଛ ପ୍ରତିଶ୍ରୁତି ଦେଲେ ଚଳିବନି ବରଂ ଭୋଟ୍‌ର ଦେବେ ଉଚିତ୍‌ ଜବାବ ।

 

Sponsored
Odisha CM Phone call | Argus News