Train Accident / ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ

Key Points
ମୟୂରଭଞ୍ଜରେ ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ
ଜୁଗଳ ଷ୍ଟେସନ ନିକଟରେ ଧକ୍କା ଦେଲା ଶାଲିମାର୍-ପୁରୀ ଏକ୍ସପ୍ରେସ୍
ବେତନଟୀ ଆଗ୍ରିଆ ରେଲୱେ କ୍ରସିଂ ନିକଟରେ ଅଘଟଣ
ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ବେତନଟୀ ନିକଟସ୍ଥ ଜୁଗଳ ରେଳ ଷ୍ଟେସନ ନିକଟରେ । ଗତକାଲି ରାତି ପ୍ରାୟ ୧୧ଟା ୩୦ରେ ଏକ ଦନ୍ତା ହାତୀ ରେଳ ଧାରଣା ଉପରକୁ ଚାଲି ଆସିଥିଲା । ସେହି ସମୟରେ ଦୃତ ଗତିରେ ଆସୁଥିବା ଟ୍ରେନ ସିଧା ହାତୀକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହାତୀର ମୃତ୍ୟୁ ହୋଇଛି ।
ଟ୍ରେନ୍ ହାତୀକୁ ଧକ୍କା ଦେଇ କିଛି ସମୟ ଅଟକି ରହିଥିଲା। ହାତୀମାନେ ବିଭିନ୍ନ ସମୟରେ ଜନବସତି, ରାଜପଥ, ସଡକପଥ ଓ ରେଳପଥ ଉପରେ ଯାତାୟତ କରୁଥିଵା ବେଳେ ବନବିଭାଗ ଠିକ ଦୃଷ୍ଟି ଦେଇନଥିବାରୁ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ବାରିପଦା ବନଖଣ୍ଡର ଏସିଏଫ ଓ ଡେପୁଟି ରେଞ୍ଜର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ, ବେତନଟୀ ରେଞ୍ଜରେ ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ବିଚରଣ କରୁଥିବାବେଳେ ସେଥିମଧ୍ୟରୁ ଏକ ଗୋଠ ଛଡା ଦନ୍ତା ହାତୀ ସନ୍ଧ୍ୟାରେ ଜଙ୍ଗଲରୁ ବାହାରି ଚାଷ ଜମିରେ ବୁଲୁବୁଲୁ ଗ୍ରାମ ପାର୍ଶ୍ୱବର୍ତ୍ତୀ ହୋଇଥିଲା l ତେବେ ରାତି ପ୍ରାୟ ୧୧ଟା ୩୦ମିନିଟରେ ଦନ୍ତା ଶ୍ରବଣା ଗ୍ରାମ ଆଡୁ ଆସି ଆଗ୍ରିଆ ରେଲୱେ ଫାଟକ ନିକଟରେ ରେଳ ଧାରଣା ଅତିକ୍ରମ କରୁଥିବାବେଳେ ହଠାତ ସାଲିମାରରୁ ବାରିପଦା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଶାଲିମାର୍-ପୁରୀ ଏକ୍ସପ୍ରେସ ସମ୍ମୁଖରେ ପଡିଯାଇଥିଲା ଓ ହାତୀକୁ ଶକ୍ତ ଧକ୍କା ଦେଇଥିଲା l ତେବେ ଘଟଣା ସ୍ଥଳରେ ହିଁ ହାତୀଟିର ଜୀବନ ଚାଲିଯାଇଥିଲା l ଅନ୍ୟପଟେ ଦୁର୍ଘଟଣା ପାଇଁ ଟ୍ରେନ ମଧ୍ୟ କିଛି ସମୟ ଅଟକି ରହିଛିl ଖବର ପାଇ ବନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l
ସେପଟେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବନ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ସୁକଯୋଡି ଜଙ୍ଗଲର ଧାନଘେରା ଗାଁ ନିକଟରେ ଗତ ଦୁଇ ଦିନ ଧରି ଏକ ଶିମିଳିପାଳ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ରହିଛି। ହାତୀଟି ଠିକ୍ ଭାବେ ଚଳପ୍ରଚଳ କରି ପାରୁନଥିବା ବେଳେ ପ୍ରାୟ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିଛି। ଅସୁସ୍ଥ ହାତୀର ସ୍ବାସ୍ଥ୍ୟ ଅବସ୍ଥା ଓ ଗତିବିଧି ଉପରେ ଲକ୍ଷ୍ୟ ରଖିବା ପାଇଁ ବନ୍ୟ ବିଭାଗର ଏକ ୧୦ ଜଣିଆ ଟିମ୍ ସେହି ହାତୀ ଥିବା ସ୍ଥାନକୁ ଜଗି ରହିଛନ୍ତି। ଅନ୍ୟପକ୍ଷେ ବାଲେଶ୍ୱର ଡିଏଫଓଙ୍କ ନିର୍ଦ୍ଦେଶରେ ରାଇବଣିଆ ସ୍ଥିତ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ହାତୀ ଅସୁସ୍ଥ ଥିବା ସ୍ଥାନକୁ ଡକା ଯାଇଛି। ନବଜାତକ ଜନ୍ମ ଦେବା ପୂର୍ବରୁ ମାଈ ହାତୀଗୁଡିକ ନିକଟରେ ଯେପରି ଅସ୍ବାଭାବିକ ଲକ୍ଷଣ ଦେଖା ଯାଇଥାଏ ଏହି ଅସୁସ୍ଥ ହାତୀ ନିକଟରେ ସେହି ସମାନ ଲକ୍ଷଣ ଦେଖା ଯାଉଛି।
କିନ୍ତୁ ହାତୀଟି ଗର୍ଭବତୀ ଅଛି କି ନାହିଁ ତାହା ନିଶ୍ଚିତ ହୋଇ ପାରୁନି। ଅସୁସ୍ଥ ହାତୀକୁ ଦେଖିବା ପାଇଁ ହାତୀ ଠାରୁ ବେଶ କିଛି ଦୁରରେ ଲୋକଙ୍କ ଗହଳି ଲାଗିଛି। ଅସୁସ୍ଥ ହାତୀର ଚିକିତ୍ସା ପାଇଁ ସରକାର ଅବିଳମ୍ବେ ପଦକ୍ଷେପ ନିଅନ୍ତୁ,ବିଶେଷ ଶିମିଳିପାଳରେ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ କାମ କରୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ଦ୍ଵାରା ହାତୀର ଚିକିତ୍ସା କରାଯିବ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି।
ଅନ୍ୟପକ୍ଷେ ଗତ ଦୁଇ ସପ୍ତାହ ଧରି ଜଳେଶ୍ଵର ରେଞ୍ଜର ରାଇବଣିଆ ବନାଞ୍ଚଳରେ ୩୦ ଟିକିଆ ହାତୀ ଉପଦ୍ରବ କରୁଥିବା ବେଳେ ଗତକାଲି ୧୧ ଟି ହାତୀ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ଟିକପଦା-ଉଗାଳସାହି ଜଙ୍ଗଲକୁ ଚାଲି ଯାଇଛି। ଏହି ଅସୁସ୍ଥ ହାତୀକୁ ମିଶାଇ ବାକି ୧୯ଟି ହାତୀ ପଶ୍ଚିମବଙ୍ଗର କେଶରେଖା ରେଞ୍ଜ ନେକଡାଶୋଳ ଗାଁ ନିକଟସ୍ଥ ଜଙ୍ଗଲକୁ ଗତ ଦୁଇଦିନ ଧରି ଯିବାକୁ ଚାହୁଁଥିଲେ ମଧ୍ୟ ପଶ୍ଚିମବଙ୍ଗର ଅଧିବାସୀ ହାତୀକୁ ବାଟ ଛାଡୁ ନାହାନ୍ତି। ଫଳରେ ହାତୀ ପଲ କ୍ରମଶଃ ଉଗ୍ର ହେଉଥିବା କୁହାଯାଇଛି। ଏନେଇ ଜଳେଶ୍ୱର ରେଞ୍ଜ ବନ୍ୟ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର କେଶରେଖା ଓ ନୟାଗ୍ରାମ ରେଞ୍ଜ ଅଧିକାରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ଦରକାର ବୋଲି ମତପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories