Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବନ ବିଭାଗ ସହ ରହୁନି କି ବିଦ୍ୟୁତ୍ କର୍ମଚାରୀଙ୍କ ସମନ୍ଵୟ ? ଦନ୍ତା ମୃତ୍ୟୁ ପରେ ଉଠିଲା ପ୍ରଶ୍ନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବନ ବିଭାଗ ସହ ରହୁନି କି ବିଦ୍ୟୁତ୍ କର୍ମଚାରୀଙ୍କ ସମନ୍ଵୟ ? ଦନ୍ତା ମୃତ୍ୟୁ ପରେ ଉଠିଲା ପ୍ରଶ୍ନ

Key Points

ରାଣୀ ବଣିଆ ଜଙ୍ଗଲର କୁଲାଇଲୋ କ୍ରସର ପଡ଼ିଆରେ ବିଦ୍ୟୁତ୍ ତାର ଆଘାତରେ ଦନ୍ତାର ମୃତ୍ୟୁ ହୋଇଛି । ତେବେ ଆଠଗଡ଼ ଅଞ୍ଚଳରେ ଏଭଳି ହାତୀ ମୃତ୍ୟୁ ନୂଆ ନୁହେଁ ।

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସଦର ବନାଞ୍ଚଳରେ ଆଖି ବୁଜିଛି ଦନ୍ତା । ରାଣୀ ବଣିଆ ଜଙ୍ଗଲର କୁଲାଇଲୋ କ୍ରସର ପଡ଼ିଆରେ ବିଦ୍ୟୁତ୍ ତାର ଆଘାତରେ ଦନ୍ତାର ମୃତ୍ୟୁ ହୋଇଛି । ତେବେ ଆଠଗଡ଼ ଅଞ୍ଚଳରେ ଏଭଳି ହାତୀ ମୃତ୍ୟୁ ନୂଆ ନୁହେଁ । ତେବେ, କାହିଁକି ବାରମ୍ବାର ବିଦ୍ୟୁତ୍ ଆଘାତରେ ଯାଉଛି ହାତୀଙ୍କ ଜୀବନ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି ।


ସ୍ଥାନୀୟ ବିଦ୍ୟୁତ୍ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ପାତ୍ରଙ୍କ ଅନୁସାରେ, ହାତୀ ମୃତ୍ୟୁ ହୋଇଥିବା ସ୍ଥାନରେ ଲାଇନ୍‌ଟି ଦୀର୍ଘ ବର୍ଷ ହେଲା ଡେଡ୍ ହୋଇ ପଡ଼ିଛି । ତାର ତଦନ୍ତ ଚାଲିଛି, ବନ ବିଭାଗ ସହ ମିଶି ତଦନ୍ତ କରୁଛୁ । ତେବେ ହାତୀ ମୃତ୍ୟୁ ପରେ ଡେଡ୍ ଲାଇନ୍ ବାବଦରେ ଜାଣିବାକୁ ପାଇଥିବା କହିଛନ୍ତି ବିଦ୍ୟୁତ୍ ନିର୍ବାହୀ ଅଧିକାରୀ । ହାତୀ ଆସିବା ନେଇ ପୂର୍ବ ସୂଚନା ନଥିଲା ବୋଲି କହିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଡେଡ୍ ଲାଇନ୍‌ରେ କେମିତି ଆସିଲା ବିଦ୍ୟୁତ୍ ? ଆଉ ନେଇଗଲା ଦନ୍ତା ଜୀବନ ? ଏହା ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି କହିଛନ୍ତି ବିଦ୍ୟୁତ୍ ନିର୍ବାହୀ ଅଧିକାରୀ । ସେପଟେ ବନଖଣ୍ଡ ଅଧିକାରୀଙ୍କ କହିବା କଥା, ୩ରୁ ୪ ଦିନ ତଳେ ଟିପିସିଏଡିଏଲ୍‌କୁ ଜଏଣ୍ଟ ପାଟ୍ରୋଲିଂ ବେଳେ ଜଣାଇଥିଲୁ । ତେବେ ଡେଡ୍ ଲାଇନ୍‌ରେ ହାତୀ ଶୁଣ୍ଢ ଲାଗି କେମିତି ମୃତ୍ୟୁ ହେଲା ତାର ତଦନ୍ତ କରାଯିବ ବୋଲି କହିଛନ୍ତି ।


ସୂଚନା ଅନୁସାରେ, ଆଠଗଡ଼ରୁ ଖୁଣ୍ଟୁଣୀ ୩୩ କେଭି ଲାଇନରୁ ନିକଟରେ ଥିବା କ୍ରସରକୁ ବିଜୁଳି ଯୋଗାଣ ପାଇଁ ୧୧ କେଭି ଲାଇନ ଟଣା ଯାଇଥିଲା । ଗତ ୪ ବର୍ଷ ହେବ କ୍ରସରରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରା ଯାଇଥିଲେ ହେଁ ତାରକୁ ଖୋଲି ନଥିଲା ବିଦ୍ୟୁତ୍ ବିଭାଗ । ଆଉ ଏବେ ଦନ୍ତା ସେହି ବିଦ୍ୟୁତ୍ ତାରରେ ଲାଗି ଜୀବନ ହରାଇଛି । ତେବେ ଦନ୍ତାର ମୃତ୍ୟୁ ପାଇଁ ଦାୟୀ କିଏ ? ବନ ବିଭାଗ ନା ବିଦ୍ୟୁତ୍ ବିଭାଗ ? ଉଭୟ ବିଭାଗ ହାତୀ ମୃତ୍ୟୁର ତଦନ୍ତ କଥା କହୁଥିବା ବେଳେ ଦୋଷ ମୁଣ୍ଡକୁ କିଏ ନେବେ ନା ଇୟେ ଦାୟୀ, ସିଏ ଦାୟୀ କହି ଖସିଯିବେ । ଏବେ ତା' ଉପରେ ସମସ୍ତଙ୍କ ନଜର ।

Sponsored