Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତୁଟୁନି କଂଗ୍ରେସ ସଭାପତି କଳି,ଅପେକ୍ଷାରେ...

Sangram Tripathy
Browse all articles by Sangram Tripathy
·1 year ago·2 min read
ତୁଟୁନି କଂଗ୍ରେସ ସଭାପତି କଳି,ଅପେକ୍ଷାରେ...

ଅର୍ଗସ ବ୍ୟୁରୋ:ମୁରବି ବିହୀନ ହୋଇପଡିଛି ରାଜ୍ୟ କଂଗ୍ରେସ,ଥମୁନି ହାତ ନେତାଙ୍କ ଭିତିରି କଳି। କିଏ ହେବ ପିସିସି ସଭାପତି,କେବେ ମିଳିବେ ମୁଖିଆ,ଆରମ୍ଭ ହୋଇଗଲାଣି ଲବି,ଯୁବ ନା ବରିଷ୍ଠ କାହା ଉପରେ ଭରସା କରିବେ ସୁପ୍ରିମୋ,କିଏ ବଦଳାଇବ କଂଗ୍ରେସର ଭାଗ୍ୟ। ଆଉ ଏହାରି ଭିତରେ ଚର୍ଚ୍ଚାରେ ରହିଛି କଂଗ୍ରେସର ଚୌକି ରାଜନୀତି। ରାଜ୍ୟ ମୁଖିଆଙ୍କ ବିନା ୫୦ ଦିନରୁ ଉର୍ଦ୍ଦ ବିତିଗଲାଣି, ବିନା ନେତୃତ୍ୱରେ ଦଳ ଏକ ପ୍ରକାର ଦିଗହରା ହୋଇପଡିଲାଣି ଦଳ।କିନ୍ତୁ କେବେ ମିଳିବେ ହାତକୁ ରାଜ୍ୟ ମୁଖିଆ,ଏ ପ୍ରଶ୍ନର ଉତ୍ତର ନାହିଁ କାହା ପାଖରେ। ସଭାପତି ପଦକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ। ଆଉ ଗହଳି ନାହିଁ ଖାଁ ଖାଁ କଂଗ୍ରେସ ଭବନ। ନିଜ ଦଳର କର୍ମୀ ବି ପ୍ରଶ୍ନ କରିବା ଆରମ୍ଭ କଲେଣି ଓଡ଼ିଶା କଂଗ୍ରେସରେ ଚାଲିଛି କଣ? ହେଲେ ଏଯାଏ ଏଆଇସିସି ପକ୍ଷରୁ ଚୟନ ହୋଇପାରୁନି ପିସିସି ସଭାପତି। ସ୍ଥିର ହୋଇପାରୁନି କିଏ ନେବ ଶରତ ପଟ୍ଟନାୟକଙ୍କ ସ୍ଥାନ । ଯେଉଁଠି ନେତା ବଛା ସରୁନି ସେଠି କେମିତି ସରକାରଙ୍କୁ ଘେରିବେ ହାତ ନେତାଏ,ନେତୃତ୍ବ ଅଭାବରୁ ଦଳ ନିରବ ରହିଛି।

ଏଆଇସିସି ଓଡ଼ିଶା ପ୍ରଦେଶ କମିଟି ଭାଙ୍ଗିବା ସହ ପିସିସି ସଭାପତିଙ୍କୁ ମଧ୍ୟ ପଦରୁ ହଟାଇଯିବାର ଅନେକ ଦିନ ବିତିଗଲାଣି ମାତ୍ର ଏଯାଏ ମୁରବୀ ଶୂନ୍ୟ ହୋଇ ପଡିଛି ରାଜ୍ୟ କଂଗ୍ରେସ । ସଭାପତି ହେବା ପାଇଁ ଦିଲ୍ଲୀରେ ନେତାଏ ବି ନିଜ ନିଜ ସ୍ତରରେ ଲବି କରି ଫେଲ୍ ମାରିଲେଣି ତଥାପି କସରତ ଜାରି ରଖିଛନ୍ତି ହାତ ନେତା। କେତେବେଳେ ବି ମିଳିପାରେ ଗୁରୁ ଦାଯିତ୍ବ। ଅନ୍ୟପଟେ ସଭାପତି ରେସରେ ଆଗରେ ରହିଛନ୍ତି କୋରାପୁଟର ସାଂସଦ ସପ୍ତଗିରି ଉଲ୍ଲାକା। ସେ ଦୁଇ ଥର ସାଂସଦ ଭାବେ ନିର୍ବାଚନ ଜିତିଛନ୍ତି। କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସୁପ୍ରିମୋଙ୍କ ଗୁଡ୍ ଲିଷ୍ଟରେ ରହିଛି କୁଆଡେ ତାଙ୍କ ନାଁ।
ସେହିଭଳି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ମଧ୍ୟ ନୂଆ ପିସିସି ସଭାପତି ରେସରେ ରହିଛନ୍ତି,ତାଙ୍କ ନିକଟରେ ଦଳକୁ ଏକଜୁଟ୍ କରିବାର ଅନେକ ଅଭିଜ୍ଞତା ରହିଛି। ଶ୍ରୀକାନ୍ତ ଜେନା ମଧ୍ୟ ଏହି ରେସରେ ରହିଛନ୍ତି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପଟେ କଟକ ବାରବାଟୀ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ୍ ମଧ୍ୟ ତାଲିକାରେ ରହିଛନ୍ତି।

ସେପଟେ ଏଆଇସିସି ଯାହାକୁ ପିସିସି ସଭାପତି ଭାବେ ଚୟନ କରିବ ଆମେ ତାକୁ ସମର୍ଥନ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ । ତେବେ କେବେ ଏଆଇସିସି ସାରିବ ପିସିସି ଚୟନ ପ୍ରକିୟା,ବଦଳିଲେ ସଭାପତି ବଦଳିପାରିବ ତ କଂଗ୍ରେସର ଭାଗ୍ୟ। ଅପେକ୍ଷାରେ ନେତାଠୁ କର୍ମୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tutuni Congress President will wait for... | Argus News