Actor Arrested / ସିଙ୍ଗର୍ ବନାଇବାର ପ୍ରତିଶ୍ରୁତି ଦେଇ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ, ଗିରଫ ହେଲେ ଟେଲି ଅଭିନେତା
·3 months ago·2 min read

Key Points
ସିଙ୍ଗର୍ ବନାଇବାର ପ୍ରତିଶ୍ରୁତି ଦେଇ ଏକାଧିକ ଥର ଶାରୀରିକ ସମ୍ପର୍କ
ଥାନାରେ ଅଭିଯୋଗ କଲେ ପିଡ଼ିତା ଯୁବତୀ
ଟଙ୍କା ନେଇ ପରେ ଫେରାଇନଥିଲେ ଅଭିଯୁକ୍ତ
ମହାକାଳପଡ଼ା ରଶ୍ମିକାନ୍ତ ଭୂୟାଁଙ୍କୁ ବାନ୍ଧିଲା ପୋଲିସ
ଥାନାରେ ଅଭିଯୋଗ କଲେ ପିଡ଼ିତା ଯୁବତୀ
ଟଙ୍କା ନେଇ ପରେ ଫେରାଇନଥିଲେ ଅଭିଯୁକ୍ତ
ମହାକାଳପଡ଼ା ରଶ୍ମିକାନ୍ତ ଭୂୟାଁଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ବର,୨୦/୦୫ : କିଛି ଦିନର ଲମ୍ବା ବିରତି ପରେ, ପୁଣି ଥରେ ଫେରିଛି କାଷ୍ଟିଂ କାଉଚ୍। ଟେଲି ଅଭିନେତା ରଶ୍ମିକାନ୍ତ ଭୂମ୍ ଜଣେ ଯୁବତୀଙ୍କୁ ସିଙ୍ଗର୍ ବନାଇବାର ପ୍ରତିଶ୍ରୁତି ଦେଇ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିବା ପରେ BNS 69 ଓ BNS ୩୧୮ ( ୨ ) ଧାରାରେ ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଟେଲି ଅଭିନେତା ରଶ୍ମିକାନ୍ତ ଭୂୟାଁଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଢେ ମଠା ଗାଁରେ। ବାଙ୍କୁଆରେ ରହୁଥିଲେ। ସେ ଧାରାବାହିକ ଏବଂ ରିଆଲିଟି ଶୋ’ରେ କାମ କରୁଥିଲେ । ରଶ୍ମିକାନ୍ତଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ପ୍ରଥମେ ଉଭୟ ଭଲ ବନ୍ଧୁ ହୋଇଗଲେ । ତା’ପରେ ସେ ଯୁବତୀଙ୍କୁ ଏକ ଧାରାବାହିକରେ କାମ କରିବାକୁ କହିଲେ । ଯୁବତୀ ଜଣକ ଏଥିରେ ରାଜି ହୋଇଗଲେ । ସୁଯୋଗ ଦେଖି ସେ ଝିଅ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କଲେ। ଏହା ସହ ସିନେମା କରିବା ପାଇଁ ତାଙ୍କ ଠାରୁ ୩୦ ଲକ୍ଷ ଟଙ୍କା ବି ଆଣିଲେ। ହେଲେ ନା ସିନେମା କଲେ ନା ଟଙ୍କା ଫେରାଇଲେ। ଫେରସ୍ତ ବଦଳରେ ବିବାହ କରିବା ପାଇଁ ଯୁବତୀଙ୍କୁ କହିଲେ। ଏଥିରେ ଯୁବତୀ ରାଜି ହୋଇଗଲେ। ଏବଂ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କଲେ।
ପଢନ୍ତୁ ଏହି ଖବର: ୬ ଦିନ ପୂର୍ବରୁ ଅପହରଣ: ଏମିତି ହେଲା ଗାୟିକାଙ୍କ ହତ୍ୟା ?
ଗତ କିଛି ଦିନ ମଧ୍ୟରେ, ଯୁବତୀ ଯାଣିବାକୁ ପାଇଲେ ଯେ ତାଙ୍କର ଅନେକ ଯୁବତୀଙ୍କ ସହିତ ସମ୍ପର୍କ ଅଛି। ତେଣୁ ଆଜି ସେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ବୋଲି ପିଡ଼ିତା ଯୁବତୀ କହିଛନ୍ତି। ପିଡ଼ିତା ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତୁରନ୍ତ ମାମଲା ରୁଜୁ କରି ରଶ୍ମିକାନ୍ତଙ୍କୁ ଗିରଫ କରି କୋର୍ଟକୁ ପଠାଇ ଦେଇଛି। ମାମଲାଟି BNSS ମାମଲାରେ ବିଚାରାଧୀନ ଅଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁର୍ବରୁ ଓଡ଼ିଆ କଳାକାର ରୂପଶ୍ରୀ ପଣ୍ଡା ଓଡି଼ଆ ଫିଲ୍ମ ଇଣ୍ଡଷ୍ଟ୍ରିରେ 'କାଷ୍ଟିଂ କାଉଚ୍' ଚାଲିଥିବା ନେଇ ଅଭିଯୋଗ କରିଥିଲେ। । ସେ ଦାବି କରିଥିଲେ ଯେ ଏଥିପାଇଁ କେବଳ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ ନୁହଁନ୍ତି, ବରଂ ଅନେକ ଆଶାୟୀ ଅଭିନେତ୍ରୀ ମଧ୍ୟ ସମାନ ଭାବରେ ଦାୟୀ। ଅଭିନେତ୍ରୀ ରୂପଶ୍ରୀ ଅଭିଯୋଗ କରିଥିଲେ ଯେ କାମ ପାଇଁ କିଛି ଅଭିନେତ୍ରୀ ସହଜରେ ଶାରୀରିକ ସମ୍ପର୍କ ରଖିବାକୁ ରାଜି ହୋଇଯାଆନ୍ତି। କହିଥିଲେ ଯେ କେବଳ ମହିଳା ନୁହଁନ୍ତି, ଓଲିଉଡରେ ପୁରୁଷ କଳାକାରମାନେ ମଧ୍ୟ କାଷ୍ଟିଂ କାଉଚର ଶିକାର ହେଉଛନ୍ତି। ପ୍ରତିକ୍ରିୟା: ତାଙ୍କର ଏହି ମନ୍ତବ୍ୟକୁ ନେଇ ଓଲିଉଡରେ ବେଶ୍ ବିତର୍କ ସୃଷ୍ଟି ହୋଇଥିଲା।
Related Topics
Explore more stories