Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅସରାଏ ବର୍ଷା କାଚିଲେ ଟ୍ୱିନ ସିଟିରେ ସ୍ଥିତି ବେହାଲ, ବାତ୍ୟାରେ କରିବେ କ'ଣ ?

Odisha

ଅସରାଏ ବର୍ଷା କାଚିଲେ ଟ୍ୱିନ ସିଟିରେ ସ୍ଥିତି ବେହାଲ, ବାତ୍ୟାରେ କରିବେ କ'ଣ ?

Smruti Parija
Browse all articles by Smruti Parija
·1 year ago·2 min read
ଅସରାଏ ବର୍ଷା କାଚିଲେ ଟ୍ୱିନ ସିଟିରେ ସ୍ଥିତି ବେହାଲ, ବାତ୍ୟାରେ କରିବେ କ'ଣ ?

ଭୁବନେଶ୍ୱର: ଅସରାଏ ବର୍ଷା ହେଲେ ଟ୍ଵିନସିଟିରେ କେମିତି ବର୍ଷା ପାଣି ଜମେ ତାହା ଆମେ ସମସ୍ତେ ଦେଖନ୍ତି । ଏହାରି ଭିତରେ ବାତ୍ୟା ଆସି କବାଟ ଠକ୍‌ ଠକ୍‌ କଲାଣି । ଆଉ ବର୍ଷାରେ ଟ୍ଵିନସିଟିର ଅବସ୍ଥା କଣ ଯେ ହେବ ତାହାକୁ ନେଇ ଚିନ୍ତାରେ ରାଜଧାନୀବାସୀ । କାରଣ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବା ସହିତ ପବନ ବି ବହିବ । 

  • ବର୍ଷା ହେଲେ ଉବୁଟୁବୁ ହେବ ଟ୍ଵିନସିଟି
  • ପାଣି ନିଷ୍କାସନ, ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ

ବାତ୍ୟାରେ ବର୍ଷା ହେଲେ ଭୁବନେଶ୍ଵର ସମେତ କଟକର ମେରିଆ ବଜାର, ରକ୍ସି ଲେନ୍‌, ପଟ୍ଟାପୋଲ,ମହାନଦୀ ବିହାର ସହ ଅଧା କଟକ ବୁଡିକି ରୁହେ । ଇଏ ତ ଗଲା କଟକର କଥା...ଭୁବନେଶ୍ଵରର ଇସ୍କନ ମନ୍ଦିରଠୁ ଆରମ୍ଭ କରି ନୟାପଲ୍ଲୀ, ଆଚାର୍ଯ୍ୟ ବିହାର ଆଦି ଅଂଚଳରେ ଅଣ୍ଟାଏ ଲେଖାଏଁ ପାଣି ଜମେ । ତେଣୁ ବାତ୍ୟା ବେଳେ ସେଇଠି ସ୍ଥିତି କଣ ହେବ ତାହା ସ୍ପଷ୍ଟ ଅନୁମେୟ । 

୧୯୯୯ ମହାବାତ୍ୟା ପରେ କଟକ ଓ ଭୁବନେଶ୍ବର ସହରର ବହୁ ଅଂଚଳ ପ୍ରାୟ: ଏକ ସପ୍ତାହ ଧରି ବୁଡ଼ି ରହିଲା । ସେତେବେଳେ ସରକାର ଘୋଷଣା କଲେ ଯେ ଏହି ଦୁଇ ନଗରୀ ସମେତ ସବୁ ସହରର ଜଳ ନିଷ୍କାସନ ପଥକୁ ଅବରୋଧ ମୁକ୍ତ କରାଯିବ । ତେବେ ଏହା ସେହି ଘୋଷଣାରେ ରହିଗଲା ଓ ପରବର୍ତ୍ତୀ ବାତ୍ୟା ସବୁରେ ସମାନ ସ୍ଥିତିର ପୁନରାବୃତ୍ତି ହେଲା । ସହରକୁ କୃତ୍ରିମ ବନ୍ୟାରୁ ରକ୍ଷା କରିବାକୁ ରାଜନୀତିକ ଆକ୍ଷେପ ପ୍ରତିଆକ୍ଷେପ ଓ ମିଥ୍ୟା ପ୍ରତିଶ୍ରୁତିର ଅବସାନ ଘଟିବା ଆବଶ୍ୟକ। ଜଳ ନିଷ୍କାଷନ ପଥକୁ ଅଗ୍ରାଧିକାର ଭିତ୍ତିରେ ଅବରୋଧ ମୁକ୍ତ କରିବାକୁ ପଡ଼ିବ। ବିଭିନ୍ନ କାରଣରୁ ବିଗତ ସରକାର ଏହି କାମକୁ କରୁନାହାଁନ୍ତି। ଏହି ସରକାର ଏ ଦିଗରେ ତତ୍ପରତା ପ୍ରକାଶ କରୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅବଶ୍ୟ ପ୍ରକୃତିକୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ମଣିଷ ପାଖରେ ନାହିଁ, କିନ୍ତୁ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବାର ଉପାୟ ବାହାର କରିବା ମନୁଷ୍ୟ ପାଇଁ ଅସାଧ୍ୟ ନୁହେଁ। ଏଥିପାଇଁ ମ୍ୟୁନିସିପାଲିଟିକୁ ଆବଶ୍ୟକ ଭିତ୍ତିଭୁମି ତିଆରି କରିବା ଉଚିତ। କେନ୍ଦ୍ର ସରକାର ଏଥିପାଇଁ ବିପୁଳ ଅର୍ଥ ଯୋଗାଣର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଓଡ଼ିଶାରେ ଏକ ବଡ଼ ବାତ୍ୟା ଆସୁଥିବାବେଳେ କିଛି ସହରରେ ଏବେ ନାଳନର୍ଦ୍ଦମା ସଫା ନହେବା ନିଶ୍ଚୟ ଏକ ବିଡମ୍ବନାର ବିଷୟ । ଯେଉଁ କାମ ଯଥେଷ୍ଟ ଆଗରୁ ହେବା କଥା ତାହା ବିଳମ୍ବିତ ହେଉଛି, ଏହା ଉଦାସୀନତାର ପରିଚୟ । ଆମ ସହର ସବୁ ଅସରାଏ ବର୍ଷାରେ ବେହାଲ ହେଉଥିବାବେଳେ ସାମୁଦ୍ରିକ ବାତ୍ୟା ଓ ଝଡ଼ର ମୁକାବିଲା କିପରି କରିବ?ରାଜ୍ୟ ସରକାର ଏ ବିଷୟରେ ଗୁରୁତର ସହ ଚିନ୍ତାଳ କରିବା ସହ ବାତ୍ୟା ପରର୍ବତ୍ତୀ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ବିଶେଷ ମହତ୍ବ ରଖେ। ରିଲିଫ ପ୍ରଦାନ, ବିଜୁଳି ଓ ଜଳ ଯୋଗାଣର ତୁରନ୍ତ ପୁନରୁଦ୍ଦାର ସହିତ ଜଳ ନିଷ୍କାଷନକୁ ସରକାର ଅଗ୍ରାଧିକାର ଭିତ୍ତିରେରେ କାଯ୍ୟକାରୀ କଲେ ବାତ୍ୟାଜନିତ ସମସ୍ୟା ଅନେକାଂଶରେ ଲାଘବ ହୋଇପାରିବ।
 

Argus Whatsapp Channel Mobile Top
Sponsored
twin-city-people-on-fear-in-view-of-impending-severe-cyclonic-storm-Dana | Argus News