Twin City Traffic / ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ବିନସିଟିରେ ପୂଜା କମିଟି ମାନଙ୍କର ବଡ ପ୍ରସ୍ତୁତି

Key Points
ମା'ଙ୍କ ଆଗମନ ନେଇ ସବୁଠି ଆବାହନ ର ପ୍ରସ୍ତୁତି। ରାଜଧାନୀ ଦୂର୍ଗାପୂଜା ଦେଖିବାକୁ ଆସୁଥିବା ହଜାର ହାଜର ଶକ୍ତଶ୍ରଦ୍ଧାଳୁଙ୍କ ପାଇଁ ଭବ୍ୟ ଆୟୋଜନ କରିଛନ୍ତି ପୂଜା କମିଟି ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ।
ମା'ଙ୍କ ଆଗମନ ନେଇ ସବୁଠି ଆବାହନ ର ପ୍ରସ୍ତୁତି। ରାଜଧାନୀ ଦୂର୍ଗାପୂଜା ଦେଖିବାକୁ ଆସୁଥିବା ହଜାର ହାଜର ଶକ୍ତଶ୍ରଦ୍ଧାଳୁଙ୍କ ପାଇଁ ଭବ୍ୟ ଆୟୋଜନ କରିଛନ୍ତି ପୂଜା କମିଟି ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ। ୧୯୩ ଟି ପୂଜା ମଣ୍ଡପର ସୁରକ୍ଷା ଦାୟିତ୍ବରେ ୬୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ହେଲେ ଏହାରି ଭିତରେ ଚିନ୍ତା ବଢାଇଛି ପୂଜା ସମୟରେ ରାଜଧାନୀରେ ଟ୍ରାଫିକ ଚିନ୍ତା। ଭକ୍ତଶ୍ରଦ୍ଧାଳୁ ମାନଙ୍କ ଯାତାୟାତ ପାଇଁ ପ୍ରସ୍ତୁତ କରିଛନ୍ତି ପାର୍କିଂ ବ୍ୟବସ୍ଥା।
ମାଆଙ୍କ ଆରାଧନାରେ କମ୍ପୁଛି ପରିବେଶ
📱 Get Argus News App
✨ଝାରପଡ଼ା, ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା, ସହିଦନଗର ଭଳି ପୂଜା ମଣ୍ଡପରେ କେମିତି ହେଇଛି ପାର୍କିଂ ବ୍ୟବସ୍ଥା ଦେଖିବା ଏହି ରିପୋର୍ଟ। ଚଳିତ ବର୍ଷ ଝାରପଡ଼ାରେ ଦୁଇଟି ପୂଜା କମିଟି ପାଖରୁ ଆୟୋଜିତ ହୋଇଛି ଦୁର୍ଗାପୂଜା। ଏବଂ ଝାରପଡ଼ା ପୁଜା ମଣ୍ଡପକୁ ରହିଛି ୫ଟି କନେକ୍ଟଭିଟି।ଜେଲରୋଡ, ପାଳଶୁଣି ରୁ ପୁଜା ମଣ୍ଡପ ଏବଂ ପୁଜା ମଣ୍ଡପକୁ ସଂଯୋଗ କରୁଥିବା ୨ ଟି କେନାଲ ରୋଡ, ଲକ୍ଷ୍ମୀସାଗର ରୋଡ଼। ସମସ୍ତ ରାସ୍ତାରେ ଆସିଲେ ପୁଜା ମଣ୍ଡପ ପୂର୍ବରୁ କରାଯାଇଛି ପର୍କିଂ ଜୋନ। ବାଇକ୍, କାର ଏବଂ VIP ଓ VVIP ମାନଙ୍କ ଗାଡି ପାର୍କିଂ ପାଇଁ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା। ପୂଜା ସମୟରେ ଯାତାୟାତ ପାଇଁ ପୋଲିସର ରୁଟ ଚାଟ ସହ ଭକ୍ତଙ୍କ ଗାଡ଼ି ପାର୍କିଂକୁ ଗୁରୁତ୍ଵ ଦିଆଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ସମ୍ପର୍କିତ ଖବର
ସେହିପରି ରସୁଲଗଡ଼ ପୂଜା ମଣ୍ଡପକୁ ୪ଟି ସଂଯୋଗ ପଥ ରହିଛି। ବାଣୀବିହାରରୁ ରସୁଲଗଡ଼, ପାଳଶୁଣିରୁ ରସୁଲଗଡ଼, ମଞ୍ଚେଶ୍ୱରରୁ ରସୁଲଗଡ଼, ଲକ୍ଷ୍ମୀସାଗରରୁ ରସୁଲଗଡ଼। ସମସ୍ତ ପାର୍ଶ୍ଵରୁ ଆସୁଥିବା ଗାଡ଼ି ଗୁଡ଼ିକୁ ରାସ୍ତାର ଏକ ପାଖରେ ସାଇଟ୍ କରି ପାର୍କିଂ କରାଯାଉଛି। ନୟାପଲ୍ଲୀ ପୂଜା ମଣ୍ଡପକୁ ୫ଟି ଲାଇନରେ ଆସୁଥିବା ଗାଡି ମୋଟର ଗୁଡ଼ିକୁ ନୟାପଲ୍ଲୀ ରାବଣ ପୋଡ଼ି ଗ୍ରାଉଣ୍ଡରେ ପାର୍କିଂ କରାଯାଉଛି। ବରମୁଣ୍ଡା ଦୁର୍ଗାପୂଜାକୁ ଆସୁଥିବା ଭକ୍ତ ମାନେ ବରମୁଣ୍ଡା ପଡିଆରେ ଗାଡି ପାର୍କିଂବ୍ୟବସ୍ଥା କରାଯାଇଛି। ଏବଂ ସହିଦ ନଗରକୁ ଆସୁଥିବା ସମସ୍ତ ଗାଡିକୁ ରାସ୍ତାର ଉଭୟ ପାର୍ଶ୍ଵ ରେ ପାର୍କିଂ କରାଯିବା ସହ ମଣ୍ଡପ ପଛରେ ଥିବା BMC ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।
Related Topics
Explore more stories