ସାତ ମାସର ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଘଟଣାରେ ଟ୍ବିଷ୍ଟ

Key Points
ସାତ ମାସର ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଘଟଣାରେ ଟ୍ବିଷ୍ଟ । ପରକୀୟା ପ୍ରୀତି ନୁହେଁ ସମଲିଙ୍ଗୀ ସମ୍ପର୍କ ପାଇଁ ଏଭଳି ଜଘନ୍ୟ ହତ୍ୟା କରାଯାଇଥିବା ରାଉରକେଲା ଏସପି ସୂଚନା ଦେଇଛନ୍ତି । ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି ।
ସୁନ୍ଦରଗଡ: ସାତ ମାସର ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଘଟଣାରେ ଟ୍ବିଷ୍ଟ । ପରକୀୟା ପ୍ରୀତି ନୁହେଁ ସମଲିଙ୍ଗୀ ସମ୍ପର୍କ ପାଇଁ ଏଭଳି ଜଘନ୍ୟ ହତ୍ୟା କରାଯାଇଥିବା ରାଉରକେଲା ଏସପି ସୂଚନା ଦେଇଛନ୍ତି । ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ଡିସେମ୍ବର ୧୧ ତାରିଖରେ ବଣାଇ ଟିକାୟତକାଲି ଝିର୍ଡାପାଲି ଗାଁରେ ବିଳମ୍ବିତ ରାତିରେ ଗର୍ଭବତୀ ପତ୍ନୀଙ୍କୁ ତାଙ୍କ ସ୍ବାମୀ ଦେବେନ୍ ଗୁଳିମାରି ହତ୍ୟା କରିଥିଲେ ।
ପରକୀୟା ପ୍ରୀତି ପାଇଁ ଏଭଳି ହତ୍ୟା କରାଯାଇଥିବା ପ୍ରାରମ୍ଭିକ ତତନ୍ତରୁ ଜଣାପଡିଥିଲା । କିନ୍ତୁ ଅଧିକ ପଚରାଉଚରା ପରେ ଦେବେନଙ୍କ ଏକ ଘରୋଇ ସ୍କୁଲର ଶିକ୍ଷକଙ୍କ ସହ ୧୦ ବର୍ଷ ହେଲା ସମଲିଙ୍ଗିକ ସମ୍ପର୍କ ଥିବା ଜଣାପଡିଥିଲା । ବିବାହ ପରେ ମଧ୍ୟ ଏହି ସମ୍ପର୍କ ବଜାୟ ରହିଥିଲା । ଶିକ୍ଷକ ଜଣଙ୍କ ଦେବେନଙ୍କୁ ତାଙ୍କ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଉସକାଉ ଥିଲା । ଶେଷରେ ଦେବେନ ତାଙ୍କ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଥିଲେ । ଆଜି ପୋଲିସ ଏହି ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ଶିକ୍ଷକ ଦୁଃଖବନ୍ଧୁ ଓରଫ ଦେବାଶିଷ ବଗର୍ତ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।