Videos
|
Odisha

ଗୁଜୁରାଟରୁ ଗିରଫ ହେଲେ କୁଳପତିଙ୍କୁ ଠକିଥିବା ଠକ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଗୁଜୁରାଟରୁ ଗିରଫ ହେଲେ କୁଳପତିଙ୍କୁ ଠକିଥିବା ଠକ

ଗତ ଫେବୃଆରୀ ୧୪ ତାରିଖରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଡିଜିଟାଲ ଆରେଷ୍ଟ ଧମକ ଦେଇ ୧୪ ଲକ୍ଷ ଠକେଇ ଘଟଣାରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗୁଜୁରାଟ ୨ ଜଣ ସାଇବର ଠକଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ଗିରଫ ୨ ଅଭିଯୁକ୍ତ ହେଲେ ଭୁତୀୟା ଯେନିଲ ଓ ବିଶ୍ୱଜିତ ସିନ ଗୋହିଲ। ପୁଲିସ ସେମାନଙ୍କ ନିକଟରୁ ଠକେଇରେ ବ୍ୟବହୃତ ମୋବାଇଲ୍‌ ଓ ସିମକାର୍ଡ ଜବତ କରିଛି।


ଗତ ଫେବୃଆରୀ ୧୪ ତାରିଖରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିକଟକୁ ପ୍ରଥମେ ଏକ ଅଜଣା କଲ୍ ଆସିଥିଲା । ତାଙ୍କ ନାମରେ ୬ କୋଟି ଟଙ୍କା ବେଆଇନ୍ ଅର୍ଥ କାରବାର କରାଯାଇଥିବା କହି ତାଙ୍କୁ ଡଜିଟାଲ ଆରେଷ୍ଟ କରିଥିଲେ। ଉଭୟ ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଯେଉଁଥିରେ ଭୟଭୀତ ହୋଇ ପ୍ରଫେସର ୧୪ ଲକ୍ଷ ଟଙ୍କା ସେମାନେ ଦେଇଥିବା ଆକାଉଣ୍ଟରେ ପକାଇଥିଲେ। ତାଙ୍କ ସହ ଠକେଇ ହୋଇଥିବା ନେଇ ସେ ଜାଣିବା ପରେ ଏ ନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଠକଙ୍କୁ ଧରିବା ପାଇଁ ସେବେଠାରୁ ଉଦ୍ୟମ ଚଳାଇ ଆସିଥିଲା ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ପୁଲିସ । ଶେଷରେ ଗୁଜୁରାଟରୁ ୨ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ଉଭୟଙ୍କୁ ଗୁଜରାଟ ଭାବାନଗର ସିଜେ ଏମ କୋର୍ଟରେ ହାଜର କରିବା ପରେ ଟ୍ରାଂଜିଟ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି।

Cyber ​​fraudster arrested from Gujarat | Argus News