Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଲିସ ଗୁଳିରେ ଆହତ ହେଲେ ଦୁଇ ବିହାରୀ ଲୁଟେରା

Ritu Das
Browse all articles by Ritu Das
·1 year ago·1 min read
ପୋଲିସ ଗୁଳିରେ ଆହତ ହେଲେ ଦୁଇ ବିହାରୀ ଲୁଟେରା

ରାଜଧାନୀରେ ଡବଲ ଏନକାଣ୍ଟର। ପୋଲିସ ଗୁଳିରେ ଆହତ ହେଲେ ଦୁଇ ବିହାରୀ ଲୁଟେରା। ବଡ଼ଗଡ଼ ଥାନା ବାଙ୍କୁଆଳ ନଦୀ ପଠାରେ ଦୁଇ ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ। ଦୁଇ ଲୁଟେରା ହେଲେ ବିହାରର ସୋନୁ ଯାଦବ ଓ ମନୀଷ ଯାଦବ। ଉଭୟଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ଏନକାଉଣ୍ଟର ପରେ ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ନିକଟରୁ ଦୁଇଟି ବିହାରୀ ବନ୍ଧୁକ ଓ ବାଇକ ଜବତ କରିଛି ପୋଲିସ। ଏନକାଉଣ୍ଟର ପରେ ପୋଲିସ କମିଶନର ଲୁଟେରାଙ୍କୁ ଚେତାବନୀ ଦେଇଛନ୍ତି।


କହିଛନ୍ତି କିଛିଦିନ ହେଲାଣି ପୋଲିସକୁ ଅପରାଧୀ ମାନେ ଫ୍ଲାୱାର ଭାବୁଛନ୍ତି। ହେଲେ ପୋଲିସ ଫ୍ଲାୱାର୍ ନେହି ଫାୟାର। ତେଣୁ ଆଗକୁ ଯେଉଁମାନେ ରାଜ୍ୟ ବାହାରୁ ଆସି ଏଭଳି ଅପରାଧ ଘଟାଉଛନ୍ତି ସେମାନଙ୍କ ଉପରେ ପୋଲିସ କଡା ନଜର ରଖି ଜବାବ ଦେବ। ଦୁଇ ଅଭିଯୁକ୍ତ ବିହାରରୁ ଟ୍ରେନ ରେ ଆସୁଥିଲେ।| ଷ୍ଟେସନରୁ ଓହ୍ଲାଇବା ପରେ ଆଖ ପାଖରୁ ବାଇକ ଚୋରି କରୁଥିଲେ। ପରେ ସେଇ ବାଇକରେ ଚେନ ଝାମ୍ପି ପୁଣି ଷ୍ଟେସନରେ ବାଇକ ରଖି ଛୁ ମାରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
two-bihari-looters-injured-in-police-firing | Argus News