|
logo
Live

Argus News - ଦୁଇ ବାଇକ୍ ମୁହାମୁହିଁ ଧକ୍କା: ଜଣେ ମୃତ

Odisha

ଦୁଇ ବାଇକ୍ ମୁହାମୁହିଁ ଧକ୍କା: ଜଣେ ମୃତ

Ritu Das
Browse all articles by Ritu Das
·1 year ago
ଦୁଇ ବାଇକ୍ ମୁହାମୁହିଁ ଧକ୍କା: ଜଣେ ମୃତ

ଚମ୍ପୁଆ ଥାନା 520 ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାସୁଦେବପୁର ଅଞ୍ଚଳର ବାସୁଦେବ ନାଏକ। ଅନ୍ୟ ୪ ଜଣ ଗୁରୁତରଙ୍କୁ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଦୁଇଟି ବାଇକ୍ ମଧ୍ୟରୁ ଗୋଟିଏ ବାଇକ୍ ରଙ୍ଗ୍ ରୁଟ୍ ରେ ଯାଉଥିବା ବେଳେ, ସାମ୍ନାରୁ ଆସୁଥିବା ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ।


ଗୋଟିଏ ବାଇକ୍ ରେ ୨ ଜଣ ଓ ଅନ୍ୟ ଏକ ବାଇକ୍ରେ ୩ ଜଣ ବସିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଚମ୍ପୁଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରିବା ସହ ଅଧିକ ତଦନ୍ତ ଚଳାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୁଇ ବାଇକ୍ ମୁହାମୁହିଁ ଧକ୍କା: ଜଣେ ମୃତ | Argus News