Videos
|
Odisha

ନାରାୟଣପାଟଣାରେ ପୁଣି ଆଖି ବୁଜିଲେ ଦୁଇ ଶିଶୁ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନାରାୟଣପାଟଣାରେ ପୁଣି ଆଖି ବୁଜିଲେ ଦୁଇ ଶିଶୁ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଅର୍ଗସ ବ୍ୟୁରୋ: କୋରାପୁଟ ନାରାୟଣପାଟଣାରେ ପୁଣି ଆଖି ବୁଜିଲେ ୫ ବର୍ଷର ଆଉ ଦୁଇ ଶିଶୁ । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି । ଶିଶୁମୃତ୍ୟୁର କାରଣ ଖୋଜିବା ପାଇଁ ଗାଁରେ କ୍ୟାମ୍ଫ କରି ରକ୍ତନମୁନା ସଂଗ୍ରହ କରୁଛନ୍ତି ଡାକ୍ତରୀ ଦଳ । ମୃତ ଶିଶୁଙ୍କ ଭିତରେ ଜଣେ ବିକ୍ରମପୁର ଗାଁର ହୋଇଥିବାବେଳେ ଅନ୍ୟ ଜଣେ ଜାମ୍ବାଡ଼ାୱାଲ୍ସା ଗାଁର ବୋଲି ଜଣାପଡିଛି । ବ୍ରହ୍ମପୁର MKCGରେ ଚିକିତ୍ସିତ ହେଉଥିଲେ ଦୁଇ ଶିଶୁ । ସେପଟେ ନାରାୟଣପାଟଣା ଶିଶୁମୃତ୍ୟୁ ପଛରେ ଡିପଥେରିଆ ବୋଲି ପ୍ରମାଣ ହୋଇନି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଛି । ଆଇସୋଲେସନ୍ ଓ ସର୍ଭେଲାନ୍ସ ଚାଲିଛି । ଡିପଥେରିଆ ଲକ୍ଷଣ ଯେପରି ତଣ୍ଟି ଫୁଲିବା ଲକ୍ଷଣ ମିଳିନି । 6 ଜଣ ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ନିମୋନିଆରେ ହୋଇଛି । ସେମାନଙ୍କୁ ସିକିଲ ସେଲ ରୋଗ ଥିଲା ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁଣି ଡିପଥେରିଆ ନେଲା ଜୀବନ। ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି ପିଲାଙ୍କର। ଯଥାଶୀଘ୍ର ଏହାର ରୋକିବା ଆବା୍ୟକ ହୋଇପଡିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଡିପ୍‌ଥେରିଆରେ ପୁଣି ଜଣଙ୍କର ମୃତ୍ୟୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Two children died again in Narayanpatna, death toll rises to 6 | Argus News