|
logo
Live
Argus News App
GET APP

Argus News - ଅର୍ପଣ ଚାଉଳ ବିକ୍ରି ପ୍ରସଙ୍ଗ; ଶ୍ରୀମନ୍ଦିର ଆକାଉଣ୍ଟରେ ଜମା ହେଲା ୨.୮୬ କୋଟି 

Odisha

ଅର୍ପଣ ଚାଉଳ ବିକ୍ରି ପ୍ରସଙ୍ଗ; ଶ୍ରୀମନ୍ଦିର ଆକାଉଣ୍ଟରେ ଜମା ହେଲା ୨.୮୬ କୋଟି 

Smruti Parija
Browse all articles by Smruti Parija
·1 year ago·1 min read
ଅର୍ପଣ ଚାଉଳ ବିକ୍ରି ପ୍ରସଙ୍ଗ; ଶ୍ରୀମନ୍ଦିର ଆକାଉଣ୍ଟରେ ଜମା ହେଲା ୨.୮୬ କୋଟି 

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ଶ୍ରୀଜଗନ୍ନାଥ ମନ୍ଦିର ଆକାଉଣ୍ଟରେ ଜମା ହେଲା ୨.୮୬ କୋଟି । ଅର୍ପଣ ଚାଉଳ ବିକ୍ରି ବାବଦ ୨ କୋଟି ୮୬ ଲକ୍ଷ ୯୬ ହଜାର ୨୪୪ ଟଙ୍କା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା ହୋଇଛି । ୩ ଟି ପର୍ଯ୍ୟାୟରେ ଯଥାକ୍ରମେ ୧ କୋଟି, ୫୦ ଲକ୍ଷ ଓ ୧ କୋଟି ୩୬ ଲକ୍ଷ ୯୬ ହଜାର ଟଙ୍କା ଜମା ହୋଇଛି ।


ତେବେ କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ମୋଟ ପ୍ରାୟ ୧୦,୩୨୨ କୁଇଣ୍ଟାଲ ଚାଉଳକୁ ୨ କୋଟି ୮୬ ଲକ୍ଷ ୯୬ ହଜାର ୨୪୪ ଟଙ୍କାରେ ନିଲାମ କରାଯାଇଥିଲା । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିବା ନିମନ୍ତେ ପୂର୍ବ ସରକାର ରାଜ୍ୟର ସମସ୍ତ ପଞ୍ଚାୟତରେ ଅର୍ପଣ ରଥ ବୁଲାଇ ଏହି ଚାଉଳ ସଂଗ୍ରହ କରିଥିଲା । 


ପ୍ରତି ପଞ୍ଚାୟତରେ ଅର୍ପଣ ରଥ ବୁଲାଇବା ଓ ସାଂସ୍କୃତି କାର୍ଯ୍ୟକ୍ରମ କରିବା ନିମନ୍ତେ ୨ ଲକ୍ଷ ଟଙ୍କା ହିସାବରେ ୬୭୯୪ ପଞ୍ଚାୟତକୁ ମୋଟ ୧୩୫ କୋଟି ୮୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ରତି ପଞ୍ଚାୟତରେ ବୁଲିଥିବା ଅର୍ପଣ ଗାଡ଼ିକୁ ମଧ୍ୟ ପ୍ରାୟ ୩ କୋଟି ୧୫ ଲକ୍ଷ ଟଙ୍କା ମିଳିଥିଲା । ଏହି ଟଙ୍କା ପ୍ରଥମେ ଶ୍ରୀମନ୍ଦିର ଆକାଉଣ୍ଟରେ ଜମା କରାଯାଇଥିଲା । ଏହାଛଡ଼ା ଅର୍ପଣ ଗାଡ଼ିକୁ ବିପୁଳ ପରିମାଣର ଗୁଆ ନଡ଼ିଆ ମଧ୍ୟ ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅର୍ପଣ ଚାଉଳ ବିକ୍ରି ପ୍ରସଙ୍ଗ; ଶ୍ରୀମନ୍ଦିର ଆକାଉଣ୍ଟରେ ଜମା ହେଲା ୨.୮୬ କୋଟି  | Argus News