Videos
|
Odisha

ମେରୁ ସଂକ୍ରାନ୍ତିରେ ଦୁର୍ଘଟଣା, ଦୁଇ ମୃତ ଚାରି ଗୁରୁତର

Smruti Parija
Browse all articles by Smruti Parija
·1 year ago·1 min read
ମେରୁ ସଂକ୍ରାନ୍ତିରେ ଦୁର୍ଘଟଣା, ଦୁଇ ମୃତ ଚାରି ଗୁରୁତର

ମେରୁ ସଂକ୍ରାନ୍ତିରେ ତିନି ତିନୋଟି ଦୁର୍ଘଟଣା l ଦୁଇ ମୃତ ଚାରି ଗୁରୁତର l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ବୁଢାମ୍ୱ ଛିନ୍ନମସ୍ତା ଠାରେ ଅଜଣା ଗାଡ଼ି ଧକ୍କାରେ କବିସୂର୍ଯ୍ୟନଗର ଥାନା ଖଜାପଲ୍ଲି ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ର ୧୮ ବର୍ଷୀୟ ଦୀପକ ବିଷୋୟୀ ମୃତ୍ୟୁ ହୋଇଛି ।


ମୃତ ଦୀପକ କବିସୂର୍ଯ୍ୟନଗରକୁ ମେରୁଯାତ୍ରା ଦେଖିବାକୁ ଆସୁଥିବା ବେଳେ ତାଙ୍କୁ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଗଞ୍ଜାମ ଜିଲ୍ଲା ଆସିକା ଥନା ଅନ୍ତର୍ଗତ ବାଲିସିରା ନିକଟରେ ସ୍କୁଟି ସହ ବାଇକ ଧକ୍କାରେ ଜଣେ ମୃତ ତିନିଗୁରୁତର ହୋଇଛନ୍ତି l ମୃତ ବ୍ୟକ୍ତି ଜଣକ ହେଲେ ମୁଣ୍ଡମରେଇ ପଞ୍ଚାୟତ ପୋଡା ପଲ୍ଲୀ ଗ୍ରାମର ୫୭ ବର୍ଷୀୟ ଗିରିଜା ଶଙ୍କର ମିଶ୍ର ।


ସୂଚନା ଅନୁସାରେ ଗିରିଜା ଶଙ୍କର ମିଶ୍ର ତାଙ୍କ ସ୍ତ୍ରୀ ବର୍ଷା ରାଣୀ ମିଶ୍ର ଓ ଝିଅ ବିଶାଖା ମିଶ୍ର ଙ୍କୁ ନେଇ ବାଇକ୍ ସାହାଯ୍ୟରେ ଭଞ୍ଜନଗରରୁ ନିଜ ଗ୍ରାମ ପୋଡା ପଲ୍ଲୀକୁ ଫେରୁଥିବା ବେଳେ ଆର ପଟୁ ଆସୁଥିବା ସ୍କୁଟି ସହ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଗିରିଜା ଶଙ୍କର ମିଶ୍ରଙ୍କ ମୃତ୍ୟୁ ହୋଇଥିଲା ।



ସେହିପରି ଧରାକୋଟ ବ୍ଲକ୍ ଧରାକୋଟ ଥାନା ଅନ୍ତର୍ଗତ କଇଠରା ନିକଟରେ ବୋଲେରୋ ସହ ବୁଲେଟ ଧକ୍କାରେ ଧରାକୋଟ ବ୍ଲକ ଧରାକୋଟ ପଞ୍ଚାୟତର ୩୨ ବର୍ଷୀୟ ଲିପୁ ମହାନ୍ତି ଗୁରୁତର ହୋଇଛନ୍ତି l

two-died-in-accident | Argus News