Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ

ହୃଦୟର ଭାଷା ପଢ଼ିଲେ, ସାତ ଜନ୍ମର ସାଥି ହେଲେ । ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ । ବରଗଡ଼ ଟାଉନ୍ ଥାନା ଶିବ ମନ୍ଦିରରେ ପାୱାର ଅଫ ଦିବ୍ୟାଙ୍ଗଶ୍ ପକ୍ଷରୁ ଦୁଇ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ବିବାହ କରାଯାଇଛି । ବହୁ ଆଡ଼ମ୍ବରରେ ନହେଲେ ମଧ୍ୟ ବାଜା ବଜାଇ, ବେକରେ ଫୁଲମାଳ ଦେଇ ଦମ୍ପତି ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି। ଆଉ ଏବିବାହ ବରଗଡ଼ ଜିଲ୍ଲାରେ ଚର୍ଚ୍ଚାରେ ବିଷୟ ପାଲଟିଛି।

ଭଲରେ କହିବା ଓ ଭଲରେ ଚାଲିବା ପାଇଁ ସେମାନେ ଅକ୍ଷମ, ହେଲେ ଦୁହେଁ ଦୁହିଁଙ୍କୁ ବୁଝିଛନ୍ତି । ହୃଦୟ ବୁଝିଛି ହୃଦୟର ପରିଭାଷା। ଆଉ ସାତ ଜନ୍ମର ସାଥି ହୋଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଏହି ଦିବ୍ୟାଙ୍ଗ ଦମ୍ପତି । ଜନ୍ମରୁ ଦି ଜଣ ଭଲ ଭାବରେ କହି ପାରନ୍ତି ନାହିଁ କି ଭଲରେ ଚାଲି ପାରନ୍ତି ନାହିଁ ।

ହେଲେ କଣ ହେଲା ଏମାନଙ୍କୁ ମଧ୍ୟ ସ୍ୱପ୍ନ ଦେଖିବାର ସବୁ ଅଧିକାର ରହିଛି । ଏପରିକି ତାଙ୍କର ଶାରୀରିକ ଅକ୍ଷମତା ବିବାହରେ କୌଣସି ବାଧା ସୃଷ୍ଟି କରିପାରିନାହିଁ । ଆଉ ଏ ଦିବ୍ୟାଂଙ୍ଗ ଦମ୍ପତିଙ୍କ ବିବାହ, ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପରସ୍ପର ମନର ଭାଷାକୁ ବୁଝି ସାତ ଜନ୍ମର ସାଥି ହୋଇଛନ୍ତି ଶାନ୍ତନୁ ଓ ଚଞ୍ଚଳା । ଆଉ ଏହି ଦୁଇ ଦିବ୍ୟଙ୍ଗ ବରକନ୍ୟାକୁ ଏକ କରିଛନ୍ତି ଆଉଜଣେ ଦିବ୍ୟାଙ୍ଗ ଜଗନ୍ନାଥ । ବରଗଡ଼ ପାୱାର ଅଫ ଦିବ୍ୟାଙ୍ଗସ୍ ପକ୍ଷରୁ ଏମାନଙ୍କ ବିବାହ ଆୟୋଜନ କରାଯାଇଥିଲା । ହିନ୍ଦୁ ରୀତିନୀତି ଅନୁଯାୟୀ ବରଗଡ଼ ଟାଉନ୍ ଥାନା ଶିବ ମନ୍ଦିରରେ ଏମାନଙ୍କ ବିବାହ ସମ୍ପନ୍ନ ହୋଇଛି ।

ବିବାହ ଉତ୍ସବରେ ବରଗଡ଼ ଜିଲ୍ଲାର ବହୁ ଦିବ୍ୟାଙ୍ଗ ଯୁବକ ଯୁବତୀ ସାମିଲ୍ ହୋଇ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି । ଏଭଳି ଆଦର୍ଶ ବିବାହ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ପାୱାର ଅଫ୍ ଦିବ୍ୟାଙ୍ଗସ୍ ନିଜର ସମର୍ଥ ଅନୁଯାୟୀ ଏହି ବିବାହକୁ କରାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two disabled people Married | Argus News